କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Top Storise ରାଜ୍ୟ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଏସଡିଓ ଚିରଞ୍ଜିତ ସାହୁ ଙ୍କ ନେତୃତ୍ୱ ରେ ପାଟଣା କନିଷ୍ଠ ଯନ୍ତ୍ରୀ ପଦ୍ମ କିଶୋର ଜେନା ଓ ସାହାରପଡା କନିଷ୍ଠ ଯନ୍ତ୍ରୀ ଲଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।

ଏହି ରକ୍ତ ଦାନ ଶିବିରରେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଜଗନାଥ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଫିତା କାଟି ଶୁଭାରମ୍ଭ କରିଥିଲେ ଓ ତୁରୁମୁଙ୍ଗା ଥାନା ଅଧିକାରୀ ବୈଦ୍ୟନାଥ ସାହୁ ସାନମାନୀୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସର୍ବ ପ୍ରଥମେ ଏସଡିଓ ଚିରଂଜିତ ସାହୁ ଏବଂ ଥାନା ଅଧିକାରୀ ବୈଦ୍ୟନାଥ ସାହୁ ରକ୍ତଦାନ କରି ରକ୍ତ ଦାନ ଶିବିର ରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।ଏହି ରକ୍ତ ଦାନ ଶିବିରରେ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଠାରେ ସରକାରଙ୍କର କୋଭିଡ ନିୟମକୁ ପାଳନ କରାଯାଇ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *