ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

Top Storise ରାଜ୍ୟ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ ।

ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମର ରଶ୍ମୀବାଳା ପାହିଲ। ସେ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ । ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିଲେ। ଶେଷ ଦୁଇଟି ପରୀକ୍ଷାରେ ତାଙ୍କର ଭଲ ହୋଇ ନଥିଲା । ସେଥିପାଇଁ ସେ ଚାପରେ ରହୁଥିଲେ ।

ପରିବାରବର୍ଗଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ସେ ତାଙ୍କ ଘରେ ନିଜ ଓଢଣିରେ ଝୁଲି ଆତ୍ମହତ୍ୟା କରିଥିଲେ । ଖବର ପାଇ ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *