ଅନୁଗୋଳ : ଗତ ରବିବାର ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଛକ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ।
![](https://dharaninews.in/wp-content/uploads/2020/09/ae1a42fc-f7c0-4d78-87fa-d5431031f25a-1024x472.jpeg)
ନୂତନ କାର୍ଯ୍ୟାଳୟରେ ବ୍ରାହ୍ମଣ ଦ୍ୱାରା ହୋମ ଯଜ୍ଞ ହୋଇ ଶୁଭ ଉଦଘାଟନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଫୁଲପଡା ପଂଚାୟତର କିଛି ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ମହୀଧରପୁର ମଣ୍ଡଳର ମଣ୍ଡଳ ସଭାପତି, ମହୀଧରପୁର ମଣ୍ଡଳର ବରିଷ୍ଠ ପଦାଧିକାରୀ ଓ ଫୁଲପଡା ଗ୍ରାମ ପଞ୍ଚାୟତର ସମସ୍ତ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା, ସାନ୍ତରାପୁର ‘ଖ’ ପଂଚାୟତର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ବିଜେପି ସଂଗଠନ କିପରି ଦୃଢ଼ ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।