ଭୁବନେଶ୍ବରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ ସିନିୟର ନ୍ୟାସନାଲ କବାଡି ଚାମ୍ପିଅନସିପ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ କ୍ରୀଡା ପ୍ରୋତ୍ସାହନ ବୋର୍ଡ ପକ୍ଷରୁ ଭୁବନେଶ୍ବର ପୂର୍ବତଟ ରେଳପଥ ଇଣ୍ଡୋର ଷ୍ଟାଡିୟମରେ ମହିଳା କବାଡି ଦଳ ପାଇଁ ଆୟୋଜନ କରାଯିବ ପ୍ରଶିକ୍ଷଣ ଶିବିର । ଏହି ଶିବିର ଆସନ୍ତା ସେପ୍ଟେମ୍ବର ୧୩ ତାରିଖରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଶିକ୍ଷଣ ଶିବିରରେ କବାଡି ଖେଳାଳି, କୋଚ୍, ଅଧିକାରୀ ଏବଂ ସହାୟକ କର୍ମଚାରୀଙ୍କ […]

Continue Reading

କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍

କଟକ : କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୪ ଜଣ ସଦସ୍ୟ ଏବଂ ୫ ଜଣ ରିସିଭରଙ୍କୁ ମିଶାଇ ମୋଟ୍ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ମାଲଗୋଦୋମ ଥାନା ପୋଲିସ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମାଲଗୋଦାମ ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ଏହି ଗ୍ୟାଙ୍ଗ ଠାରୁ ୩୨ଟି ବାଇକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ […]

Continue Reading

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗକୁ ତୃତୀୟ ଲହର ଆସୁଥିବାରୁ ୩ ହଜାର ବେଡ୍ ପ୍ରସ୍ତୁତ ରହିଛି । ସେହିପରି ୪ ହଜାର ୫୦୦ ଡାକ୍ତର ଓ ନର୍ସଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏସିଏସ୍ କହିଛନ୍ତି ଯେ, ଶିଶୁଙ୍କ ପାଇଁ ଟିକା ଏପର୍ଯ୍ୟନ୍ତ ଆସିନାହିଁ । କେନ୍ଦ୍ର […]

Continue Reading

କଦଳୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜୟପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ଗୋଟିଏ ଟନରୁ ଅଧିକ ଗଞ୍ଜେଇ । ଏକ ପିକ୍ ଅପ୍ ଭ୍ୟାନରେ କଦଳୀ ଯାଉଥିବା ବେଳେ ଅଟକାଇଥିଲା ବୈପାରୀଗୁଡା ପୋଲିସ । ଚେକିଂ ବେଳେ, କଦଳୀ ଗାଡିରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । […]

Continue Reading

ଔରଙ୍ଗାବାଦର କନ୍ନଡ ଘାଟିରେ ଭୂସ୍କଳନ, ଫସିଲା ଶହଶହ ଗାଡି

ମହାରାଷ୍ଟ୍ର :ମହାରାଷ୍ଟ୍ରର ଔରଙ୍ଗାବାଦର କନ୍ନଡ ଘାଟିରେ ବଡ ଧରଣର ଭୂସ୍କଳନ ହୋଇଛି। ଫଳରେ ଔରଙ୍ଗାବାଦର ଓ ଚାଲିସଗାଁଓ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସିବା ସହ ରାସ୍ତା ଧସି ଯାଇଛି। ଭୁସ୍କଳନ ସମୟରେ ରାସ୍ତା ଉପରେ ଚାଲୁଥିବା ଅନେକ ଗାଡି କ୍ଷତିଗ୍ରସ୍ତ ହେବା ସହ ରାସ୍ତା ଉପରେ ଫସି ରହିଛି । ରାସ୍ତା ପୁରା ପୁରି ବନ୍ଦ ହୋଇଯାଇଛି। ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଗୁରୁତର ଲୋକଙ୍କୁ ସ୍ଥାନୀୟ […]

Continue Reading

ଆଫଗାନିସ୍ତାନରେ ସବୁ କିଛି ପୂର୍ବ ନିର୍ଦ୍ଧାରିତ ଥିଲା, ଚର୍ଚ୍ଚାରେ ୮ ବର୍ଷ ତଳର ପୁସ୍ତକ !

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ୨୦ ବର୍ଷ ଏଠାରେ ରହିବା ସତ୍ୱେ ବିଶେଷ କିଛି ଫରକ ପଡି ନ ଥିଲା । ତେବେ ୨୦୧୩ ଏକ ପୁସ୍ତକ ପ୍ରକାଶିତ ପାଇଥିଲା, ଯେଉଁଥିରେ ଏହି ଘଟଣା ଘଟିବ ବୋଲି ଆଗୁଆ ଲେଖା ଯାଇଥିଲା । ଆମେରିକା ପତ୍ରକାର ଫେଡ୍ରିକ ମ୍ୟାକର୍ଥୀ ଫୋର୍ସିଥଙ୍କ ପୁସ୍ତକ ଦି କିଲ ଲିଷ୍ଟ ଏବେ ଚର୍ଚ୍ଚାରେ । ଏହି ପୁସ୍ତକର ୯ମ ଅଧ୍ୟାୟରେ ଆମେରିକା ସୈନ୍ୟ […]

Continue Reading

କମିଶନରେଟ୍ ଯୋଜନା , ଯାଞ୍ଚ ହେବ ପ୍ରେସ ଲେଖା ଗାଡ଼ି

କଟକ:  ନିଜକୁ ସାମ୍ବାଦିକ କହି ଦୌରାତ୍ମ୍ୟ ସୃଷ୍ଟି କରୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୁଲିସ । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ  ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି  ପୋଲିସ କମିଶନର କହିଛନ୍ତି। ଏହା ଦ୍ୱାରା ଅସାମାଜିକ ବ୍ୟକ୍ତି ଠାବ […]

Continue Reading

ହାଇଜମ୍ପରେ ଥାଙ୍ଗଭେଲୁ ରୌପ୍ୟ, ଶରଦ ବ୍ରୋଞ୍ଜ ଜିତିଲେ

ଟୋକିଓ: ଚଳିତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ମଙ୍ଗଳବାର ସିଂହରାଜ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ହାଇଜମ୍ପର ଟି୬୩ ବିଭାଗରେ ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ କୁମାର ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ବିଭାଗରେ ଆମେରିକାର ଏସ.ଗ୍ରେୱେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୧୦ରେ ପଂହଚିଛି […]

Continue Reading

ବିଜେଡିର ସମାଲୋଚନା, ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ମାମୁଲି ପ୍ରସଙ୍ଗ ଉଠାଇଛି ବିଜେପି

ଭୁବନେଶ୍ବର : ରାଜ୍ୟ ବିଜେପିକୁ ବିଜେଡିର ସମାଲୋଚନା । ୨୦୧୯ରୁ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ଉପନିର୍ବାଚନରେ ହାରିବା ପରେ ନିରୁତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ସେମାନଙ୍କ ଉତ୍ସାହିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏଥିପାଇଁ ବିଜେପି ପ୍ରତିଦିନ ମାମୁଲି ପ୍ରସଙ୍ଗ ଉଠାଇ ଚାଲିଛି । ଯାହା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ରାଜ୍ୟ ବିଜେପି ସଭାପତି […]

Continue Reading

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ଜେନାକୁ ଗିରଫ କରିଛି କନ୍ଦରପୁର ପୋଲିସ । ବାକି ଟଙ୍କା ମାଗିବାରୁ ସୁଦର୍ଶନ ଶତପଥୀଙ୍କୁ ଅଭୀଯୁକ୍ତ ଅର୍ଜୁନ ହତ୍ୟା କରିଥିବା କହିଛି ପୋଲିସ । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟାରେ କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ହତ୍ୟା କରିଥିଲା ଅର୍ଜୁନ । ଅଭିଯୁକ୍ତ ଅର୍ଜୁନର ସ୍ଥାନୀୟ ଅଞ୍ଚଳରେ […]

Continue Reading