ଦାଦାବଟି ନଦେବାରୁ ଖଣ୍ଡା-ଭୁଜାଲି ଦେଖାଇ ଲୁଟ୍, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦାଦାବଟି ମାଗିବା, ମାରଣାସ୍ତ୍ର ଦେଖାଇ ଲୁଟ୍ କରିବା ଏବଂ ଅପହରଣ ଉଦ୍ୟମ ଘଟଣାରେ ସହିଦ ନଗର ଥାନା ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲିଙ୍ଗା, ରକି ଓ ନାନୋ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଆହୁରି କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି। ପୋଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ସିଦ୍ଧି ବିନାୟକ ବେହେରାଙ୍କ ଲିଖିତ ଏତଲା ଆଧାରରେ ସହିଦ ନଗର […]

Continue Reading

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ, ଟଙ୍କା ମାଗୁଥିବା ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ନାଁରେ ଏକ ନକଲି (ଫେକ୍) ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ସେ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସାଧାରଣ ଲୋକଙ୍କୁ ସତର୍କ କରିଛନ୍ତି। ସୁରେଶ ମହାପାତ୍ର ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଗତ କିଛି ଦିନ ହେବ ତାଙ୍କ ନାଁରେ କେହି ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ସୃଷ୍ଟି କରିଛନ୍ତି। ଉକ୍ତ ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କଠାରୁ […]

Continue Reading

ଭୁବନେଶ୍ୱରରେ ନକଲି ସୁନା ଚେନ୍, ବନ୍ଧାହେଲେ ଭାଉଜ ଦିଅର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନକଲି ସୁନା ଚେନ୍ ବିକ୍ରି କରି ଲୋକଙ୍କୁ ଠକୁଥିବା ଏକ ଦୁଇ ଜଣଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଗଣେଷ ସୋଲାଙ୍କି ଓ ଲକ୍ଷ୍ମୀ ସୋଲାଙ୍କି। ସେମାନଙ୍କ ନିକଟରୁ ୧୪ଟି ନକଲି ସୁନା ଚେନ୍ ଏବଂ ₹୪୫,୦୦୦ ନଗଦ ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଆଇଆରସି ଭିଲେଜ୍ ଅଞ୍ଚଳର ବାସିନ୍ଦା ଅନିମେଷ ପରିଡାଙ୍କ ଲିଖିତ ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଥିଲା। […]

Continue Reading

ଟାଟା ପାୱାର ସୋଲାର ଓ ଟାଟା ୱାନଏମଜି ନାଁରେ ୧୫.୧୯ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଟାଟା ପାୱାର ସୋଲାର ସିଷ୍ଟମ୍ସ ଲିମିଟେଡ୍ ଏବଂ ଟାଟା ୱାନଏମଜି ହେଲଥ୍ କେୟାର ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ନକଲି ପ୍ରତିନିଧି ସାଜି ଡିଷ୍ଟ୍ରିବ୍ୟୁଟରସିପ୍ ଓ ଫ୍ରାଞ୍ଚାଇଜ୍ ଦେବାର ପ୍ରଲୋଭନ ଦେଖାଇ ୧୫ ଲକ୍ଷ ୧୯ ହଜାର ୨୦୦ ଟଙ୍କା ଠକେଇ ମାମଲାରେ ସାଇବର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗକାରୀ ବିଜନ କୁମାର ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ସାଇବର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। […]

Continue Reading

ୟୁନିଟ୍-୨ ମାର୍କେଟ୍‌ରେ ପକେଟ୍‌ମାରି: ମଧ୍ୟପ୍ରଦେଶର ୪ ମହିଳା ଗିରଫ, ଚୋରି ଟଙ୍କା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂରେ ପକେଟ୍‌ମାରି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୪ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗକାରିଣୀ ଅନୁପମା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସୂଚନାନୁସାରେ, ଗତ ଜୁଲାଇ ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଅନୁପମା ସାହୁ ତାଙ୍କ ଭଉଣୀ ମମତା ସେନାପତିଙ୍କ ସହ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂକୁ ସପିଂ କରିବାକୁ ଯାଇଥିଲେ। ସେଠାରେ କିଛି […]

Continue Reading

ଅନଲାଇନ୍ ଡଲାର ଟ୍ରେଡିଂ ନାଁରେ ୯୦ ଲକ୍ଷରୁ ଅଧିକ ଠକେଇ, ଦମ୍ପତି ଗିରଫ

ଭୁବନେଶ୍ୱର: ଅନଲାଇନ୍ ଡଲାର ଟ୍ରେଡିଂରେ ଅଧିକ ଲାଭର ପ୍ରଲୋଭନ ଦେଇ ପ୍ରାୟ ୯୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଦମ୍ପତି ନିଲିମା ଶତପଥୀ ଓ ମନୋଜ କୁମାର ଶତପଥୀଙ୍କୁ ପୋଲିସ୍ ଗିରଫ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି। ପୋଲିସ୍ ସୂଚନା ଅନୁସାରେ, ଅଭିଯୋଗକାରୀ ସମରଜିତ ବଲିଆରସିଂହ ୨୦୦୯ ମସିହାରୁ ନିଲିମା ଶତପଥୀଙ୍କୁ ଜାଣିଥିବାରୁ ତାଙ୍କ ଉପରେ ବିଶ୍ୱାସ କରିଥିଲେ। ଅଭିଯୁକ୍ତ ଦମ୍ପତି ଛଅ ମାସ ମଧ୍ୟରେ ବଡ଼ ଲାଭ ମିଳିବ ବୋଲି […]

Continue Reading

ଇନଷ୍ଟାଗ୍ରାମରେ ରଥ କର୍ଡନ ପାସ୍ ବିକ୍ରି ଅଭିଯୋଗ: ପ୍ରଶାସନର କଟକଣା ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏବେ କର୍ଡନ ପାସ୍‌କୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶୃଙ୍ଖଳା ଦୃଷ୍ଟିରୁ ରାଜ୍ୟ ସରକାର କର୍ଡନ ପାସ୍ ବଣ୍ଟନରେ କଡ଼ା କଟକଣା ଲାଗୁ କରିଥିଲେ। ନକଲି ପାସ୍ ଓ ଅନଧିକୃତ ପ୍ରବେଶ ରୋକିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ନଜର ରଖାଯାଇଥିବା ଦାବି କରାଯାଇଥିଲା। ତେବେ ରଥଯାତ୍ରା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ସ୍କ୍ରିନସଟ୍ […]

Continue Reading

ମଦ ଦୋକାନ ସାମ୍ନାରେ ଉତ୍ପାତ ପଡିଲା ମହଙ୍ଗା

ଭରତପୁର: ମଦ ଦୋକାନ ନିକଟରେ ଅଟୋ-ରିକ୍ସା ଚାଳକଙ୍କୁ ନିର୍ମମ ମାଡ଼ ମାରି ଅଟୋ ଭାଙ୍ଗି ଦେଇଥିବା ଅଭିଯୋଗରେ ଭରତପୁର ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗକାରୀ ବୁନୁ ଜେନା ପେଶାରେ ଜଣେ ଅଟୋ-ରିକ୍ସା ଚାଳକ। ଗତ ୧୪ ଜୁଲାଇ ୨୦୨୬ ରେ ସେ କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ଏକ ମଦ ଦୋକାନକୁ ଭଡ଼ାରେ ଯାଇଥିଲେ। ସେଠାରେ ଅଭିଯୁକ୍ତ ଅନିଲ ଓରଫ ପ୍ରଶାନ୍ତ କୁମାର ନାୟକ ତାଙ୍କୁ ଲିଫ୍ଟ ମାଗିଥିଲେ। […]

Continue Reading

୮ ଜଣ ମହିଳାଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ, ଜାଣନ୍ତୁ କାରଣ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ମୋବାଇଲ୍ ଚୋରି ଗ୍ୟାଙ୍ଗର ୮ ଜଣ ମହିଳା ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗ୍ ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳରୁ ଆସି ଭୁବନେଶ୍ୱରରେ ସକ୍ରିୟ ଥିଲା। ସୂଚନା ଅନୁସାରେ, ଗତ କିଛି ମାସ ଧରି ଏହି ଗ୍ୟାଙ୍ଗ୍ ସହରର ବସ୍, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଯାତ୍ରୀଙ୍କ ମୋବାଇଲ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ଜିନିଷ ଚୋରି […]

Continue Reading

ନୟାପଲ୍ଲୀ ପୁଲିସର ବଡ଼ ସଫଳତା: ଆମ ବସ୍‌ରେ ପକେଟ୍‌ମାର କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ୭ ଗିରଫ, ୫୦ ଦାମୀ ମୋବାଇଲ୍ ଜବତ

ଭୁବନେଶ୍ୱର: ରାଜଧାନୀରେ ଆମ ବସ୍‌ରେ ଯାତ୍ରୀଙ୍କୁ ଟାର୍ଗେଟ୍ କରି ମୋବାଇଲ୍ ଓ ଟଙ୍କା ଚୋରି କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଠାବ କରିଛି ନୟାପଲ୍ଲୀ ଥାନା ପୁଲିସ। ଏହି ଅଭିଯାନରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୫୦ଟି ଦାମୀ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଗତ କିଛି ମାସ ଧରି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବାଙ୍ଗଳାଦେଶ ସୀମାନ୍ତ ଅଞ୍ଚଳର […]

Continue Reading