ସର୍ଭେ ରିପୋର୍ଟ: ଦେଶରେ ସୁଧୁରୁଛି ୟୁପିଏର ସ୍ଥିତି, କମୁନି ଏନଡିଏର ପ୍ରଭାବ

ନୂଆଦିଲ୍ଲୀ: ଉପରଲିଖିତି ଶୀରିନୋମା ପଢିବାକୁ ଟିକିଏ ଅଡୁଆ ଲାଗିପାରେ । କାରଣ ବେରୋଜଗାରୀ, ମହଙ୍ଗା ଆଦି ବିଭିିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଅଡୁଆରେ ରହିଛନ୍ତି । ଏପରି ସ୍ଥିତିରେ କିନ୍ତୁ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟିଭି’ ଚ୍ୟାନେଲ ଦ୍ୱାରା ହୋଇଥିବା ସର୍ଭେରୁ ଏପରି ଏକ ନିର୍ଯାସ ସାମ୍ନାକୁ ଆସିଛି। ଏବେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୫୪୩ ଲୋକସଭା ଆସନରୁ ୩୬୨ ଲୋକସଭା ଆସନରେ ବିଜୟୀ ହେବ ବୋଲି ଜଣାପଡିଛି। ସେହିପରି […]

Continue Reading

ଆଟଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର, ଏଲିୟନଙ୍କ ଉପରେ ସନ୍ଦେହ

ନୂଆଦିଲ୍ଲୀ: ଏଲିୟନଙ୍କୁ ନେଇ ଭିନ୍ନ ଭିନ୍ନ ଖବରମାନ ପ୍ରକାଶ ପାଉଛି । ଏହି ଶ୍ରେଣୀରେ ସାମିଲ ହୋଇଛି ଏକ ରହସ୍ୟମୟ ଘଟଣା । ଆଟାଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ୨.୭ କିମି ସମୂଦ୍ର ତଳେ କି ଭଳି ଏହି ଛିଦ୍ର ସୃଷ୍ଟି ହେଲା ତାହା ବର୍ତମାନ ସମସ୍ତଙ୍କୁ ଚକିତ କରିଛି । ଆମେରିକାର ନ୍ୟାଶନାଲ ଓସେନିକ ଆଣ୍ଡ ଏଟମେସ୍ଫେରିକ ଆଡମିନିଷ୍ଟ୍ରେଶସନ ତାର ଫେସବୁକ ଆକାଂଉଟରେ ଏହାର ଫଟୋ ଶେୟାର କରିଛି […]

Continue Reading

ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ

ଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ । ମଙ୍କିପକ୍ସ ଯୋଗୁ ଏବେ ଆତଙ୍କ ବଢି ବଢି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ବି ହୋଇଛି । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ ପ୍ରଥମ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ସଂକ୍ରମିତ ହୋଇଛନ୍ତି । ଗତ ଶନିବାର WHO (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଅନ୍ତର୍ଜାତୀୟ […]

Continue Reading

ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ଗୃହରେ ଏକାଠି ହେଲେ ସବୁ ଦଳ

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ବିଧାନସଭାରେ ଏକାଠି ହୋଇଛନ୍ତି ସବୁ ଦଳ । ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ଉଠାଇଛନ୍ତି । ପ୍ରଥମେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । କହିଥିଲେ ୨୦୧୭ରେ ବିଧାୟକଙ୍କ ଦରମା ଶେଷ ଥର ବଢ଼ିଥିଲା । ଦରମା ସହ ପେନ୍‌ସନ୍ ବଢ଼ାଇବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଶାସକ ଦଳର ସଦସ୍ୟ ଅମର ଶତପଥୀ ମଧ୍ୟ […]

Continue Reading

ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ଭାବେ ନିଯୁକ୍ତ ହୋଇଛନ୍ତି ।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ସସ୍ମିତଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମଧ୍ୟ ମନୋନୀତ କରାଯାଇଛି । ଏହା ସହିତ ପ୍ରଥମ କରି ନିର୍ବାଚିତ ହୋଇଥିବା ସୁଲତା ଦେଓଙ୍କୁ ଦଳର ମୁଖ୍ୟ […]

Continue Reading

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ମିଳିଲା ରହସ୍ୟମୟ ଜୀବ

ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତ ଶରୀର ମିଳିଛି । ପ୍ରଥମେ ଏହା ପାଖକୁ ଯିବାକୁ ସମସ୍ତେ ଭୟ କରୁଥିଲେ । ତେବେ ଏହା ମୃତବୋଲି ଜଣାପଡିବା ପରେ ପାଖକୁ ଯାଇଥିଲେ । ରହସ୍ୟମୟ ଜୀବର ପିଠିରେ ସମୁଦ୍ରର ଅନେକ ଗୁଲ୍ମ ଓ ଲଟା ଲାଗିଥିଲା । ବୈଜ୍ଞାନିକମାନେ ମଧ୍ୟ ପ୍ରଥମ ଥର ପାଇଁ ଏ ଭଳି ଜୀବ ଦେଖିଥିବା କହିଛନ୍ତି । ଗଭୀର ସମୁଦ୍ରରେ ରହୁଥିବା ଏହି ଜୀବ ତୀବ୍ର ଲହରୀରେ […]

Continue Reading

ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରରେ ଟିକିନାଙ୍କ ଘର। ଗତ […]

Continue Reading

ଝାଡାବାନ୍ତିରେ ବାପ, ପୁଅଙ୍କ ମୃତ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହଇଜା !

ଝାରସୁଗୁଡା: ଜିଲ୍ଲାନ୍ଦ ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି ସାରିବା ପରେ ଶ୍ରୀପ୍ରସାଦ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଦୁଇ ଦିନରେ ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ ଯିବା ପରେ ଗାଁରେ ହଇଜାକୁ ନେଇ ଲୋକେ ଏକ ପ୍ରକାର […]

Continue Reading

ଉଦ୍ଧବଙ୍କୁ ଆଉ ଏକ ଝଟକା, ଏକନାଥଙ୍କୁ ସମର୍ଥନ କଲେ ପୁତୁରା ନୀହାର

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଜି ଶକ୍ତ ଝଟକା ଲାଗିଛି । ଶୁକ୍ରବାର ତାଙ୍କ ପୁତୁରା ନିହାର ଠାକରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ସହ ସମର୍ଥନ କରିଛନ୍ତି । ଉଦ୍ଧବଙ୍କ ବଡ ଭାଇ ବିନ୍ଦୁମାଧବଙ୍କ ପୁତ୍ର ହେଲେ ନିହାର । ୧୯୯୬ରେ ବିନ୍ଦୁମାଧବ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେ ରାଜନୀତିରେ ସକ୍ରିୟ ନ ରହି ଫିଲ୍ମ ନିର୍ମାତା ଥିଲେ । […]

Continue Reading

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ମାର୍ଟ ଫୋନ୍ ନିଷିଦ୍ଧ କରାଯାଇଛି । ଉପରୋକ୍ତ ବିଷୟକୁ କାରଣ ବତାଇଛନ୍ତି କଲେଜ ଅଧ୍ୟକ୍ଷ ଡ. ଏସ […]

Continue Reading