ଆରବିଆଇର ନୂଆ ନିୟମ, ଏଣିକି ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟଭୁକ୍ତ ଛୁଟିଦିନରେ ବି ଆକାଉଣ୍ଟକୁ ଆସିବ ଦରମା । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟେଡ କ୍ଲିଅରିଂ ହାଉସ ବା ନାଚ୍ ସପ୍ତାହର ସବୁଦିନ ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି, ଖାଉଟିମାନଙ୍କ ସୁବିଧା ଦୃଷ୍ଟିରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ନାଚ୍ […]

Continue Reading

ଡେଙ୍ଗୁ ମୁକାବିଲା ପାଇଁ ବିଏମସି ଆରମ୍ଭ କଲା ଅଭିଯାନ

ଭୁବନେଶ୍ବର : ଭୁବନେଶ୍ବରରେ କାୟା ମେଲାଇ ଚାଲିଛି ଡେଙ୍ଗୁ । ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆରମ୍ଭ ହେଲା ଅଭିଯାନ । ସମସ୍ତ ୬୭ଟି ୱାର୍ଡରେ ସଫେଇ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ସବୁ ଓ୍ବାର୍ଡର କାର୍ଯ୍ୟ ତଦାରଖ କରିବା ପାଇଁ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ । ରାଜଧାନୀ ଭୁବନେଶ୍ବରରେ ଦୈନିକ ୨୫ରୁ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଏବେ […]

Continue Reading

ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ କରିଛି ବିଏମସି । ଗତକାଲି ସୁଦ୍ଧା ଭୁବନେଶ୍ବରରେ ଦିଆଯାଇଛି ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ ଟିକା । ଏହା ଭିତରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇଛନ୍ତି । ସେହିପରି ୭ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ଭୁବନେଶ୍ବରରେ […]

Continue Reading

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି ନେଇଛନ୍ତି । ଏହି ପରାଜୟ ସହ ପିଭି ସିନ୍ଧୁଙ୍କର ସ୍ବର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି । ସେମିଫାଇନାଲ ମ୍ୟାଚ ହାରିବା ପରେ […]

Continue Reading

କଳାହାଣ୍ଡିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର : କଳାହାଣ୍ଡି ମେଡିକାଲ କଲେଜ ଓ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରି କରୋନାର ସମ୍ଭାବ୍ୟ ତୃତୀୟ ଲହରର ସଂକ୍ରମଣର ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହ ସ୍ବାସ୍ଥ୍ୟ, ଜଳସେଚନ ଓ ଶିକ୍ଷା ସମ୍ପର୍କିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ […]

Continue Reading

ଆସିଲା ଅଗଷ୍ଟ ଗାଇଡଲାଇନ୍, ରାଜ୍ୟରେ ଖୋଲିବ ସିନେମା ହଲ୍‌ ଓ ମଲ୍‌

ଭୁବନେଶ୍ବର : ଆସିଲା ଅଗଷ୍ଟ ମାସର କରୋନା ଗାଇଡଲାଇନ୍ । ସ୍ବତନ୍ତ୍ର ରିଲିଫ୍ କମଶନର ପ୍ରଦୀପ ଜେନା କୋଭିଡ ଗାଇଡଲାଇନ୍ ସମ୍ପର୍କରେ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଏବେ ଅଗଷ୍ଟ ମାସରେ ଖୋଲିବ ସିନେମା ହଲ୍‌ ଓ ମଲ୍‌ । ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍‌ । ଏହାସହ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ସପିଂ ମଲ୍‌ । ସିନେମା ହଲ ଖୋଲିବା ପାଇଁ ସରକାର ଅନୁମତି […]

Continue Reading

ରାଜନୀତିରୁ ବିଦାୟ ନେଲେ ସାଂସଦ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ: ରାଜନୀତିକୁ ଅଲ୍‌ବିଦା କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଲୋକସଭା ସାଂସଦ ବାବୁଲ ସୁପ୍ରିଓ। ସେ ଶନିବାର ଫେସବୁକ ପୋଷ୍ଟ ମାଧ୍ୟମରେ ଏହାର ଘୋଷଣା କରିଛନ୍ତି ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେନି। ଚଳିତ ମାସ ଆରମ୍ଭରେ କ୍ୟାବିନେଟ ସମ୍ପ୍ରସାରଣରେ ବାବୁଲ ସୁପ୍ରିଓଙ୍କୁ ନରେନ୍ଦ୍ର ମୋଦୀ ସରକାରରୁ ହଟାଇବାର କିଛି ସପ୍ତାହ ପରେ ଏହି ନିଷ୍ପତ୍ତି ନେଇଛନ୍ତି […]

Continue Reading

ବିବାହ ସମୟରେ ୮ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ

ମୁମ୍ବାଇ: ବିବାହ ବେଳେ ୮ ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ। ସୋନିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ସୁପର ଡାନ୍ସର୍ ୪ରେ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଥିବା ରିତେଶ ଓ ଜେନେଲିଆ ଏହାର ଖୁଲାସା କରିଛନ୍ତି। ଡାନ୍ସିଙ୍ଗ୍‌ ରିଆଲିଟି ସୋ’ର ଆଗାମୀ ଏପିସୋଡ୍ ଏକ ବିବାହ ଥିମ୍ ଉପରେ ଆଧାରିତ। ଏଥିରେ ରିତେଶ ଓ ଜେନେଲିଆ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଛନ୍ତି। ଏହି ସମୟରେ ଜେନେଲିଆ କହିଛନ୍ତି ଯେ ମୁଁ ପାରମ୍ପାରିକ ବିବାହକୁ ଭଲପାଏ। ପ୍ରତ୍ୟେକ […]

Continue Reading

ପ୍ରେମିକାକୁ ସ୍ପିରିଟ୍ ଢ଼ାଳି ଜାଳିଦେବା ଘଟଣା, ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପପୁରରେ ପ୍ରେମିକାକୁ ସ୍ପିରିଟ ଢ଼ାଳି ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ଦିନ ମୃତ ପ୍ରେମିକା ଶୁଭସ୍ମିତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲା ପୋଲିସ । ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ ସ୍ପିରିଟ୍ ଢ଼ାଳି ତାଙ୍କୁ ଜାଳି ଦେବାକୁ ଉଦ୍ୟମ କରିଥିଲା ବୋଲି ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ ଶୁଭସ୍ମିତା । ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ରର ମୋବାଇଲ ଟ୍ରାକ୍ କରି […]

Continue Reading

ଆସାମ ଓ ମିଜୋରାମ ମଧ୍ୟରେ ବଢୁଛି ବିବାଦ

ଗୌହ୍ବାଟି : ଦିନକୁ ଦିନ ଆସାମ ଓ ମିଜୋରାମ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ସୀମାରେ ସ୍ଥିତି ସ୍ବାଭାବିକ ଥିବା ବେଳେ ଦୁଇ ରାଜ୍ୟର ସରକାର ଏବେ ସ୍ଥିତି ଉପରେ ନଜର ରଖିଛନ୍ତି । ସେପଟେ ଆକ୍ସନ୍ ମୁଡକୁ ଆସିଛନ୍ତି ଆସାମ ସରକାର । ଆସାମବାସୀଙ୍କ ପାଇଁ ଆସାମ ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଆସାମବାସୀ ମିଜୋରମ ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର । ସେହିଭଳି ମିଜୋରାମରେ ରହୁଥିବା ଆସାମ […]

Continue Reading