କେନ୍ଦୁଝର ଖଣିରେ ୧୪୮.୪୬ କୋଟି ଟଙ୍କାର ଠକେଇ

ଭୁବନେଶ୍ୱର: ଓଡ଼ିଶାର ଖଣି କ୍ଷେତ୍ରରେ ବଡ଼ ଧରଣର ରାଜସ୍ୱ ଅନିୟମିତତା ସାମ୍ନାକୁ ଆସିଛି। ଖଣିର ଉତ୍ପାଦନ କ୍ଷମତା ବଢ଼ିଥିଲେ ମଧ୍ୟ ସେହି ବର୍ଦ୍ଧିତ ଉତ୍ପାଦନ ଉପରେ ନିୟମ ଅନୁସାରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ର ପାର୍ଥକ୍ୟ ରାଶି ଆଦାୟ ହୋଇନଥିବା ଅଡିଟ୍‌ରେ ଧରାପଡ଼ିଛି। ଏହାର ଫଳରେ ସରକାରୀ ରାଜସ୍ୱରେ ୧୪୮.୪୬ କୋଟି ଟଙ୍କାର ଅନାଦାୟ ହୋଇଥିବା CAG ରିପୋର୍ଟ କହୁଛି। ୩ଟି ଖଣିରେ ଧରାପଡ଼ିଲା ଅନିୟମିତତା CAG ପକ୍ଷରୁ କେନ୍ଦୁଝର ଓ ଯାଜପୁରରେ ଥିବା ଦୁଇଟି […]

Continue Reading

ରୂପା ଦରରେ ବଡ଼ ହ୍ରାସ, ଗୋଟିଏ କିଲୋରେ କମିଲା ₹୭,୨୦୨

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୂପା ଦରରେ ପ୍ରତିଦିନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଗତ କିଛି ବର୍ଷ ଧରି ଉଭୟ ମୂଲ୍ୟବାନ ଧାତୁର ଦର ଦ୍ରୁତଗତିରେ ବଢ଼ିଥିବା ବେଳେ, ଏବେ ରୂପା ଦରରେ ବଡ଼ ହ୍ରାସ ଦେଖାଯାଇଛି। ସେପ୍ଟେମ୍ବର ୨୮, ସୋମବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୂପା ଦର ୭ ହଜାର ଟଙ୍କାରୁ ଅଧିକ କମିଛି। କେତେ ହେଲା ୧ କିଲୋ ରୂପାର ଦର? ସେପ୍ଟେମ୍ବର ୨୮, ୨୦୨୬ ଦିନ ପ୍ରାୟ ୧୨ଟା ୩୬ […]

Continue Reading

ଅନଲାଇନ୍ ସପିଂ ପ୍ରେମୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୯ରୁ ଫ୍ଲିପକାର୍ଟ ବିଗ୍ ବିଲିଅନ୍ ଡେଜ୍ ସେଲ୍

ଭୁବନେଶ୍ୱର: ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏହାର ବର୍ଷର ସବୁଠୁ ବଡ଼ ସେଲ୍ Flipkart Big Billion Days Sale 2026ର ତାରିଖ ଘୋଷଣା କରିଛି। ଚଳିତବର୍ଷ ମୁଖ୍ୟ ସେଲ୍ ଅକ୍ଟୋବର ୯, ୨୦୨୬ରୁ ଆରମ୍ଭ ହେବ। ଏହି ମେଗା ସେଲ୍‌ରେ ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଗ୍ୟାଜେଟ୍, ଫ୍ୟାଶନ୍, ହୋମ୍ ଆପ୍ଲାଏନ୍ସେସ୍ ସମେତ ବିଭିନ୍ନ ସାମଗ୍ରୀ ଉପରେ ବଡ଼ ଧରଣର ଡିସ୍‌କାଉଣ୍ଟ ଓ ଅଫର୍ ମିଳିବ। ପାର୍ବଣ ଋତୁ […]

Continue Reading

୨୮ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ: UPI ବନ୍ଦ ହେବ କି? ATMରୁ ଟଙ୍କା ଉଠାଇପାରିବେ କି?

ଭୁବନେଶ୍ୱର: ଆସନ୍ତାକାଲି, ସେପ୍ଟେମ୍ବର ୨୮ରୁ ଦେଶରେ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହେବ। ସେପ୍ଟେମ୍ବର ୨୮, ୨୯ ଓ ୩୦ ତାରିଖରେ ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ଧର୍ମଘଟ ଡାକ ଦିଆଯାଇଛି। ଏହା ଯୋଗୁଁ ବ୍ୟାଙ୍କ ଶାଖାରେ ଗ୍ରାହକ ସେବା ପ୍ରଭାବିତ ହୋଇପାରେ। ତେବେ UPI, ATM ଓ ଅନଲାଇନ୍ ବ୍ୟାଙ୍କିଂ ସେବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। UPI ବନ୍ଦ ହେବ କି? ବ୍ୟାଙ୍କ ଧର୍ମଘଟ ଯୋଗୁଁ UPI ସେବା ସାଧାରଣତଃ ବନ୍ଦ […]

Continue Reading

ଅଠରନଳା ପାଟଣାରେ ମଦ ଦୋକାନ ଖୋଲିବାକୁ ବିରୋଧ: ଧାରଣାରେ ଶତାଧିକ ମହିଳା-ପୁରୁଷ

ପୁରୀ: ସଦର ଥାନା ଅଧୀନ ଅଠରନଳା ପାଟଣା ମୁଖ୍ୟ ବଜାର ନିକଟରେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ ଜାରି ରହିଛି। ଦୋକାନ ଖୋଲିବା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଦୋକାନ ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଠରନଳା ପାଟଣା ଅଞ୍ଚଳରେ ମଦ ଦୋକାନ ନଖୋଲିବା ପାଇଁ ପୂର୍ବରୁ ଜିଲ୍ଲାପାଳ, ଅବକାରୀ ବିଭାଗ ଓ ଜନପ୍ରତିନିଧିଙ୍କ ନିକଟରେ ଦାବି ଜଣାଇଥିଲେ। ତେବେ ଏହା ସତ୍ତ୍ୱେ ନିର୍ଦ୍ଧାରିତ ସ୍ଥାନରେ […]

Continue Reading

ଶ୍ରୀମନ୍ଦିର ମରାମତିକୁ ASIର ପ୍ରାଥମିକତା, ଖୁବଶୀଘ୍ର ଆରମ୍ଭ ହେବ ଭୋଗମଣ୍ଡପ ଓ ଜଗମୋହନ କାମ

ପୁରୀ : ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ASI)ର ଡିଜି ୟଦୁବିର ସିଂ ରାୱତ। ଶ୍ରୀମନ୍ଦିରରେ ଦର୍ଶନ ପରେ ମନ୍ଦିରର ସୁରକ୍ଷା ଓ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ। ଶ୍ରୀମନ୍ଦିର ଗସ୍ତ ସମୟରେ ASI ଡିଜି ଭୋଗମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଥିଲେ। ଭୋଗମଣ୍ଡପ ଓ ଜଗମୋହନର ଜରୁରୀ ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଐତିହ୍ୟର ସୂକ୍ଷ୍ମତାକୁ […]

Continue Reading

ରୋଜଗାର କରନ୍ତୁ, E-Scooter ଜିତନ୍ତୁ; ୨୦ ବର୍ଷ ପୂର୍ତ୍ତିରେ Swomen Agarbatiର ନୂଆ ଘୋଷଣା

ଭୁବନେଶ୍ୱର : ଘରେ ରହି ବ୍ୟବସାୟ କରିବା ସହ ରୋଜଗାରର ସୁଯୋଗ। ଯୁବପିଢ଼ି ଓ ଗୃହିଣୀଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ Swomen Agarbati ପକ୍ଷରୁ ନୂଆ ଅଫର ଘୋଷଣା କରାଯାଇଛି। କମ୍ପାନୀର ୨୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ବାର୍ଷିକ ଉତ୍ସବରେ ଏହି ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଯୁବପିଢ଼ି ଓ ଗୃହିଣୀମାନଙ୍କୁ ରୋଜଗାର ଦିଗରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଘରେ […]

Continue Reading

ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କ, ଦୁଇଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ପୁରୀ: ପୁଣି ଦୁର୍ବୃତ୍ତଙ୍କ ଆତଙ୍କରେ ଥରିଛି ପୁରୀ ସହର। ବିଳମ୍ବିତ ରାତିରେ ପୁରୀ ବଡ଼ଶଙ୍ଖ ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଚ୍ ବଜାରରେ ଘଟିଥିବା ଏହି ଆକ୍ରମଣରେ ଦୁଇଜଣ ଲହୁଲୁହାଣ ହୋଇଛନ୍ତି। ଆହତ ଦୁଇଜଣ ହେଲେ ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି। ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ […]

Continue Reading

ମଳରେ ରକ୍ତ ପଡ଼ିଲେ ପାଇଲ୍ସ ଭାବି ଅଣଦେଖା କରନ୍ତୁନି, ହୋଇପାରେ ଆନାଲ୍ ଫିସର

ଟଏଲେଟ୍‌ରେ ରକ୍ତ ଦେଖିଲେ ଅନେକଙ୍କ ମନରେ ପ୍ରଥମେ ‘ପାଇଲ୍ସ’ ଭାବନା ଆସେ। କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ କିମ୍ବା ଯନ୍ତ୍ରଣାର କାରଣ ସବୁବେଳେ ପାଇଲ୍ସ ନୁହେଁ। ଏହା ଆନାଲ୍ ଫିସର ଅର୍ଥାତ୍ ମଳଦ୍ୱାରର ଭିତର ତ୍ୱଚାରେ ଛୋଟ ଫାଟ ଯୋଗୁଁ ମଧ୍ୟ ହୋଇପାରେ। ମଣିପାଲ୍ ହସ୍ପିଟାଲ୍ ଗୁରୁଗ୍ରାମର ଜେନେରାଲ୍, ମିନିମାଲ୍ ଆକ୍ସେସ୍, ବାରିଆଟ୍ରିକ୍ ଓ ରୋବୋଟିକ୍ ସର୍ଜରୀ ବିଭାଗର ଚେୟାରମ୍ୟାନ୍ ଓ HOD ଡା. ସୁମିତ ଶାହଙ୍କ କହିବା ଅନୁସାରେ, ପାଇଲ୍ସ ଓ ଆନାଲ୍ ଫିସରର ଲକ୍ଷଣ […]

Continue Reading

UAN ନଥିଲେ ହେବନି ଫ୍ଲାଟ୍ ବୁକିଂ!

ଭୁବନେଶ୍ୱର: ଏକାମ୍ର ରେସିଡେନ୍ସିରେ ଫ୍ଲାଟ୍ ବୁକିଂ ପୂର୍ବରୁ UAN ପଞ୍ଜୀକରଣକୁ ନେଇ ଭୁବନେଶ୍ୱର ବିକାଶ ପ୍ରାଧିକରଣ ବା BDA ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ‘UAN ନଥିଲେ ଫ୍ଲାଟ୍ ବୁକ୍ କରିହେବ ନାହିଁ’ ବ୍ୟବସ୍ଥା କୌଣସି ନୂଆ ନିୟମ ନୁହେଁ ବୋଲି BDA କହିଛି। BDAର ସୂଚନା ଅନୁଯାୟୀ, BDA Property (Management & Allotment) Regulations, 2015ର ଧାରା ୫୩ ଓ ୫୪ ଅନୁସାରେ BDAର ଅଧିକାରିକ ୱେବସାଇଟ୍‌ରେ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ଥିଲା। ଅନଲାଇନ୍ ପଞ୍ଜୀକରଣ […]

Continue Reading