ଭୁବନେଶ୍ୱର : ଘରେ ରହି ବ୍ୟବସାୟ କରିବା ସହ ରୋଜଗାରର ସୁଯୋଗ। ଯୁବପିଢ଼ି ଓ ଗୃହିଣୀଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ Swomen Agarbati ପକ୍ଷରୁ ନୂଆ ଅଫର ଘୋଷଣା କରାଯାଇଛି। କମ୍ପାନୀର ୨୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ବାର୍ଷିକ ଉତ୍ସବରେ ଏହି ଘୋଷଣା କରାଯାଇଛି।
କାର୍ଯ୍ୟକ୍ରମରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଯୁବପିଢ଼ି ଓ ଗୃହିଣୀମାନଙ୍କୁ ରୋଜଗାର ଦିଗରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଘରେ ରହି ପରିବାର ସହ ରୋଜଗାର କରିବାର ସୁଯୋଗ ରହିଥିବା କହିବା ସହ ଚେଷ୍ଟା କଲେ ଅନେକ କିଛି ସମ୍ଭବ ବୋଲି ସେ କହିଥିଲେ।
ପୂର୍ବ ଅଫରରେ E-Bike, ଏବେ E-Scooter : କାର୍ଯ୍ୟକ୍ରମରେ ପୂର୍ବରୁ ଘୋଷଣା ହୋଇଥିବା ଅଫର ଅନୁସାରେ ଗ୍ରାହକଙ୍କୁ ପ୍ରଥମ ପୁରସ୍କାର ଭାବେ E-Bike ପ୍ରଦାନ କରାଯାଇଥିଲା। ଏହାସହ ଅନ୍ୟ ଗ୍ରାହକଙ୍କୁ ମଧ୍ୟ ବିଭିନ୍ନ ପୁରସ୍କାର ବଣ୍ଟନ କରାଯାଇଥିଲା।
ଏବେ ଆସନ୍ତା ବର୍ଷ ପାଇଁ ପୁଣି ଏକ ନୂଆ ଅଫର ଘୋଷଣା କରିଛି କମ୍ପାନୀ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, Swomen Agarbatiର ମେସିନ୍ ନେଇ ବ୍ୟବସାୟ କରିବା, ଉତ୍ପାଦ ବିକ୍ରି କରିବା ଏବଂ ଅଫରର ନିୟମ ଅନୁସାରେ E-Scooter ଜିତିବାର ସୁଯୋଗ ରହିବ।
୨୦ ବର୍ଷ ଧରି ରୋଜଗାର ସହ ଯୋଡ଼ିବାର ପ୍ରୟାସ : Swomen Agarbati ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ୨୦ ବର୍ଷ ଧରି ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ କମ୍ପାନୀ ଆଗକୁ ବଢ଼ିଆସିଛି। ଲୋକଙ୍କୁ ରୋଜଗାର ସହ ଯୋଡ଼ିବା ଏବଂ ଆତ୍ମନିର୍ଭର କରିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ନୂଆ ଟେକ୍ନୋଲୋଜିକୁ ଆପଣାଇ କମ୍ପାନୀ ନିଜର ବ୍ୟବସାୟିକ କାର୍ଯ୍ୟକୁ ଆଗକୁ ନେଇଛି। କମ୍ପାନୀର କହିବା ଅନୁସାରେ, ଗ୍ରାହକଙ୍କ ଉନ୍ନତି ହିଁ କମ୍ପାନୀର ପ୍ରଗତିର ମୁଖ୍ୟ ଆଧାର। ଗ୍ରାହକ ଆଗକୁ ବଢ଼ିଲେ କମ୍ପାନୀ ମଧ୍ୟ ସେହି ଅନୁପାତରେ ଆଗକୁ ବଢ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ବ୍ୟବସାୟ କରିବାକୁ ଚାହୁଁଥିଲେ କରନ୍ତୁ ଯୋଗାଯୋଗ : Swomen Agarbati ସହ ଯୋଡ଼ି ହୋଇ ବ୍ୟବସାୟ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଆଗ୍ରହୀ ବ୍ୟକ୍ତିମାନେ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ
📞 9938997753
📞 9337219616
📞 7684892777
📞 7847980026
📞 8249853554
📞 9692848811
ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅଫର, ଯୋଗ୍ୟତା, ମେସିନ୍ ଓ ପୁରସ୍କାର ସମ୍ପର୍କିତ ସର୍ତ୍ତାବଳୀ କମ୍ପାନୀଠାରୁ ଜାଣିନେବାକୁ କୁହାଯାଇଛି।

