ଶ୍ରୀମନ୍ଦିର ମରାମତିକୁ ASIର ପ୍ରାଥମିକତା, ଖୁବଶୀଘ୍ର ଆରମ୍ଭ ହେବ ଭୋଗମଣ୍ଡପ ଓ ଜଗମୋହନ କାମ

Top Storise ରାଜ୍ୟ

ପୁରୀ : ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ASI)ର ଡିଜି ୟଦୁବିର ସିଂ ରାୱତ। ଶ୍ରୀମନ୍ଦିରରେ ଦର୍ଶନ ପରେ ମନ୍ଦିରର ସୁରକ୍ଷା ଓ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ।

ଶ୍ରୀମନ୍ଦିର ଗସ୍ତ ସମୟରେ ASI ଡିଜି ଭୋଗମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଥିଲେ। ଭୋଗମଣ୍ଡପ ଓ ଜଗମୋହନର ଜରୁରୀ ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଐତିହ୍ୟର ସୂକ୍ଷ୍ମତାକୁ ଧ୍ୟାନରେ ରଖି ସୁରକ୍ଷିତ ଭାବେ ସଂରକ୍ଷଣ କାର୍ଯ୍ୟ କରାଯିବ ବୋଲି ASI ଡିଜି କହିଛନ୍ତି। ଶ୍ରୀମନ୍ଦିରର ଭୋଗମଣ୍ଡପ ଓ ଜଗମୋହନ ମରାମତିକୁ ASI ପ୍ରାଥମିକତା ଦେଉଥିବା ସେ ସ୍ପଷ୍ଟ କରିଛନ୍ତି।

କୋଣାର୍କ ମନ୍ଦିରକୁ ନେଇ ବଡ଼ ସୂଚନା

ଏହି ଗସ୍ତ ସମୟରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ନେଇ ମଧ୍ୟ ବଡ଼ ସୂଚନା ଦେଇଛନ୍ତି ASI ଡିଜି। କୋଣାର୍କ ମନ୍ଦିରର ଗର୍ଭଗୃହରୁ ବାଲି ନିଷ୍କାସନ ପ୍ରକ୍ରିୟା ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଓ ଦୀର୍ଘସ୍ଥାୟିତ୍ୱ ପାଇଁ ASI ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ୟଦୁବିର ସିଂ ରାୱତ କହିଛନ୍ତି। ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ନେଇ ASIର ଏହି ପଦକ୍ଷେପ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *