ଡିସେମ୍ବର ୫ରେ ହେବ ଲାଲୁଙ୍କ କିଡନୀ ପ୍ରତିରୋପଣ

ପାଟନା: ରାଷ୍ଟ୍ରୀୟ ଜନତା ଦଳର(ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କର ଆସନ୍ତା ଡିସେମ୍ବର ୫ ତାରିଖରେ କିଡନୀ ପ୍ରତିରୋପଣ ହେବ। ସେ ଏବେ ସିଙ୍ଗାପୁରରେ ଅଛନ୍ତି। ଏ ବିଷୟରେ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୂଚନା ଦେଇଛନ୍ତି। କୁରହାନିରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ସେ ଏହା କହିଛନ୍ତି । କୁରହାନି ବିଧାନସଭା ନିର୍ବାଚନ ମଣ୍ଡଳୀର ଅନୀଲ ସାହାଣୀଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ଏଠାରେ ଉପନିର୍ବାଚନ ହେଉଛି। ଡିସେମ୍ବର ୫ରେ […]

Continue Reading

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଥିଲେ ଡିସେମ୍ବର ୩୧ ସୁଦ୍ଧା […]

Continue Reading

କାଲି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ, ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ। ତେଣୁ ଦେଶର ୧୦୦ଟି ସ୍ମାରକୀ ଜି -୨୦ ଲୋଗୋ ସହିତ ଆଲୋକିତ ହେବ। ଏହି ଲୋଗୋରେ ଭାରତର ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହୋଇଛି। ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ। ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା […]

Continue Reading

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ । ସେହି କଏଦୀଙ୍କ ବିଷୟରେ ନିଷ୍ପତ୍ତି ନେବାକୁ ନିବେଦନ କରିଥିଲେ ରାଷ୍ଟ୍ରପତି । ଆଜି ସୁପ୍ରିମକୋର୍ଟ ଏପରି କଏଦୀମାନଙ୍କ ରିପୋର୍ଟ […]

Continue Reading

ଆଗ୍ରାରେ ଚମକିଲେ ବଣ୍ଡା ଜନଜାତିର ପୁଅ

ମାଲକାନଗିରି: ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଜନଜାତିର ପୁଅ। ଆକାଶ ଦେଖାଇଲେ ପାରଦର୍ଶିତା। ୧୨୦୦ ଫୁଟ୍‌ ଉପରୁ ଯୁଦ୍ଧ ବମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ। ସେ ମାଲକାନଗିରି ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ର। ସର୍ବ ଭାରତୀୟ […]

Continue Reading

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୯ ବିଭାଗରେ ପିଜି ଖୋଲିବାକୁ ଅନୁମତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଠାରେ ରହିଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ୯ଟି ବିଭାଗର ପିଜି ପାଠ୍ୟକ୍ରମ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି। ମହାବିଦ୍ୟାଳୟରେ ନୂତନ ଭାବରେ ଖୋଲାଯିବାକୁ ରହିଥିବା ବିଭାଗ ଗୁଡିକ ମଧ୍ୟରେ ବିଜ୍ଞାନ ବିଭାଗର ପାଞ୍ଚଟି ବିଭାଗ ଖୋଲାଯାଇଥିବା ବେଳେ ଏହି ସମସ୍ତ ବିଭାଗର ୧୬ ଲେଖାଏଁ ସିଟ୍ ରହିଛି। ବିଭାଗଗୁଡ଼ିକ ହେଲା […]

Continue Reading

‘Liger’ ଫିଲ୍ମରେ ବିଦେଶୀ ଫଣ୍ଡ: ଫସିଲେ ସାଉଥ ଅଭିନେତା ବିଜୟ, ଯାଞ୍ଚ କରିବ ED

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ମନି ଲଣ୍ଡରିଂ କେସରେ ଫସିଛନ୍ତି ଅଭିନେତା ବିଜୟ ଦେବରାକୋଣ୍ଡା । ବିଜୟଙ୍କ ଅଭିନୀତ ‘ଲାଇଗର’ ଫିଲ୍ମରେ ବିଦେଶୀ ଫଣ୍ଡ ବେଆଇନ ଭାବେ ନିବେଶ ହୋଇଥିବା ଖବର ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଣୁ ଖୁବଶୀଘ୍ର ବିଜୟଙ୍କୁ ଜେରା କରାଯିବ । ଏନେଏ ଇଡି ପକ୍ଷରୁ ବିଜୟଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି । ବିଜୟଙ୍କ ପୂର୍ବରୁ ଗତ ୧୭ ତାରିଖରେ ଫିଲ୍ମର ପ୍ରଯୋଜକ ଚାର୍ମି କୌର […]

Continue Reading

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଅର୍ଚ୍ଚନା ୩ କୋଟି ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ଏହି ମାମଲାରେ ଅକ୍ଷୟଙ୍କୁ ଇଡି ୨ ଥର ପଚରାଉଚରା କରିଥିବା ବେଳେ […]

Continue Reading

ଧମକ ଦେଉଛନ୍ତି କଲେଜ ଅଧ୍ୟକ୍ଷ, ଭିଡିଓ ଭାଇରାଲ୍‌

ପୋଲସରା: ଛାତ୍ରୀ ରାଗିଂକୁ ନେଇ ଚର୍ଚ୍ଚାରେ ଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି କଲେଜ ଅଧ୍ୟକ୍ଷଙ୍କ ଦାଦାଗିରି। ସେ ଛାତ୍ରଛାତ୍ରୀଙ୍କୁ ଖୁଲମ୍‌ଖୁଲା ଦେଉଛନ୍ତି ଧମକ। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ କେଉଁ ପରିସ୍ଥିତିରେ ସେ ଏପରି କହିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଗତ କିଛି ଦିନ ହେଲା ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ର ଧମକ ଦେଉଥିବା ଦେଖିବାକୁ ମିଳିଛି। […]

Continue Reading

ରାଗିଂ ପାଇଁ ୮୨ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା

କେନ୍ଦୁଝର: ରାଗିଂ ଅଭିଯୋଗ ପାଇଁ ୮୨ ଜଣ ଛାତ୍ରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏଥିସହ ଲାଇବ୍ରେରୀରୁ ବହି ନନେବାକୁ ଓଡ଼ିଶା ସ୍କୁଲ୍‌ ଅଫ୍‌ ମାଇନିଂ ଇଞ୍ଜିନିୟରିଂ( ଓଏସ୍‌ଏମ୍ଇ) କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଓଡ଼ିଶା ସ୍କୁଲ୍‌ ଆଫ୍‌ ମାଇନିଂ ଇଞ୍ଜିନିୟରିଂର ଖଣ୍ଡାଧାର ଛାତ୍ରାବାସରେ କେତେକ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ କମିଟି ଦ୍ଵାରା […]

Continue Reading