ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ସେ ଟୁଇଟ କରି ଜଣାଇଛନ୍ତ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ସୁସ୍ଥ ଥିବା ଅଧିକାରୀମାନେ ପୂର୍ବଭଳି କୋଭିଡ-୧୯କୁ କିପରି କାବୁ କରାଯାଇ […]

Continue Reading

ଦିନ ୨ଟା ପରେ କଟକରେ ଦୋକାନ ବଜାର ବନ୍ଦ

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ମେଡିସିନ୍ ଷ୍ଟୋର ବ୍ୟତୀତ ସହରର ସମସ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ମେ ୩ରୁ ମେ ୧୮ ପର୍ଯ୍ୟନ୍ତ ତଥା ୧୫ ଦିନ ଯାଏଁ ନୂତନ ନିୟମାବଳୀ ଆସିବା ଯାଏଁ ବଳବତ୍ତର ରହିବ। ତେବେ ଏହି ସମୟ ମଧ୍ୟରେ ମାଲଗୋଦାମ ଏବଂ ଛତ୍ର ବଜାରରେ ଅତ୍ୟାବଶ୍ୟକ ଦୋକାନ ଏବଂ ଅନଲୋଡିଂ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ […]

Continue Reading

କରୋନା ପଜିଟିଭ ଜାଣିବା ପରେ ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼: କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ ଏକ ଦମ୍ପତି ଗୁରୁବାର ଦିନ ଓଡିଶାର ନୟାଗଡ଼ ଜିଲ୍ଲାର ଗୋଡିମାଡ ଗ୍ରାମରେ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ଦମ୍ପତି ଭିକାରୀ ପାତ୍ର ଏବଂ ପତ୍ନୀ ଜ୍ୟୋତ୍ସା ପାତ୍ର ବୋଲି ଜଣାପଡିଛି। ସୂଚନାନୁସାରେ, ଏହି ଦମ୍ପତି ପୁରୀରେ ରହୁଥିବା ସେମାନଙ୍କର କୋଭିଡ୍‌ ପଜିଟିଭ୍ ଥିବା ପୁଅକୁ ଭେଟିବାକୁ ଯାଇଥିଲେ। ତେବେ, ଗାଁକୁ ଫେରିବା ପରେ ଜ୍ୟୋତ୍ସା ୨୬ ଏପ୍ରିଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ […]

Continue Reading

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଜଣେ ମହିଳା ଶୁଖିଲା ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ପୀଡିତାଙ୍କ ପରିବାର ତାଙ୍କୁ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଯାହା ପରେ ତାଙ୍କୁ ସୋରୋ ସ୍ଥିତ […]

Continue Reading

କରୋନାରେ ବରିଷ୍ଠ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାରାତ୍ମକ କରୋନା ସଂକ୍ରମିତ ହୋଇ ଜଣାଶୁଣା ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବରିଷ୍ଠ ଟିଭି ସାମ୍ବାଦିକ ରୋହିତଙ୍କୁ ଗୁରୁବାର ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପ୍ରିଲ୍ ୨୪ ରେ, ରୋହିତ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ସର୍ଦ୍ଦାନା ୨୦୧୭ରେ ଆଜତକ୍‌ରେ ନ୍ୟୁଜ ଆଙ୍କର ଭାବେ ଯୋଗଦେଇଥିଲେ। ସେବେଠାରୁ ସେ […]

Continue Reading

ବିଜୟ ସହ ଶୀର୍ଷକୁ ଫେରିବା ଲକ୍ଷ୍ୟରେ ବାଙ୍ଗାଲୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଯଦି ଏହି ମ୍ୟାଚରେ ଦଳ ବିଜୟ ହୁଏ ତାହାହେଲେ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ ରହିବ । ଓଭରାଲ ଆଇପିଏଲ […]

Continue Reading

ପୁରୀରେ ସନ୍ଧ୍ୟା ୬ରୁ ଦୋକାନ ବଜାର ବନ୍ଦ

ପୁରୀ: ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ଠାରୁ ସହରରେ ସନ୍ଧ୍ୟା ୬ଟା ପରେ ଦୋକାନ ବଜାର ବନ୍ଦ ରହିବ। ସୂଚନା ଅନୁଯାୟୀ ବ୍ୟବସାୟୀ ମାନେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ ବୋଲି ଗତକାଲି ବ୍ୟବସାୟ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୁଧବାର ହୋଲସେଲ ସଂଘ ପୁରୀ ଡିଷ୍ଟ୍ରୁୁବୁଟର ଓ ଟ୍ରେଡର ସଂଘ, ପରିବା ବ୍ୟବସାୟ ସଂଘ ଆଦି ଦିନ ୨ଟା […]

Continue Reading

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: କାଲିଠୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ

ଭୁବନେଶ୍ୱର: ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୂଚନା । ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏହାସହ ବଟାନିକାଲ୍ ଗାର୍ଡେନ ବି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ଆସନ୍ତା ୧୫ ତାରିଖ ଯାଏ ସାମୟିକ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତାପରେ […]

Continue Reading

କରୋନା କବଳରୁ ମୁକୁଳିଲେ ଧୋନୀଙ୍କ ମାତା, ପିତା

ରାଂଚି: ଆନ୍ତର୍ଜାତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଧୋନୀ ଓ ମାତା ଦେବକୀ ଦେବୀ କରୋନା କବଳରୁ ମୁକୁଳିଛନ୍ତି । ଗୁରୁବାର ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । କିଛି ଦିନ ତଳେ ଉଭୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ ରାଂଚି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଛି । ପୂର୍ବରୁ ସଚିନ ତେନ୍ଦୁଲକର, ଇରଫାନ […]

Continue Reading

ସ୍ଥିତି ଦେଖି ପ୍ରସ୍ତୁତ ହେଉଛି ଯୋଜନା, ଏବେ ଆବଶ୍ୟକ ନାହିଁ ଲକଡାଉନ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରଣ ୬ ହଜାର ଉପରେ ରହିଛି । ତେବେ, ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ରାଜ୍ୟରେ ଉପଲବ୍ଧ ଥିବା ଶଯ୍ୟାରୁ ୪୩ ପ୍ରତିଶତ ଜେନେରାଲ ବେଡ୍, ୬୩ ପ୍ରତିଶତ ICU ବେଡ୍ ଓ ୩୫ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପଶ୍ଚିମ ଓଡ଼ିଶାରେ ଅଧିକ ସଂକ୍ରମିତ ଥିବାରୁ ସେଠାରେ ଅଧିକ ରୋଗୀ ଆଡମିଟ୍ […]

Continue Reading