ବଡ ଖବର: ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରକାଶ ପାଇଛି ଓଡିଶାର +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବର୍ତ୍ତମାନ +୨ କଳା ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ସେମାନଭ୍କ ପରୀକ୍ଷା ଫଳର ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ଜୁନ୍ ୮ ତାରିଖ ସୁଦ୍ଧା +୨ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମଧ୍ୟ ଘୋଷଣା ହୋଇପାରେ । ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା […]

Continue Reading

ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ସଚିନ୍ ପାଇଲଟ ଓ ଅଶୋକ ଗେହଲୋଟ୍: ଖଡ଼ଗେଙ୍କ ବାସଭବନରେ ଲମ୍ବା ବୈଠକରେ ହେଲା ନିଷ୍ପତି

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆଜି ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବଡ଼ ବୈଠକ ହୋଇଛି। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ତାଙ୍କର ପୂର୍ବତନ ଡେପୁଟି ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଉପସ୍ଥିତ ଥିଲେ। ଏହି ବୈଠକରେ କଂଗ୍ରେସ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ଲାନିଂ ଆରମ୍ଭ କରିଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ […]

Continue Reading

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର ରଖିଥିବା ଡାକ୍ତର କହିଛନ୍ତି । ସେ ଏବେ କୌଣସି ସାହାଯ୍ୟ ବିନା ଚଲାବୁଲା କରିବା ସହ ହାଲକା ଶାରୀରିକ ଶ୍ରମ ମଧ୍ୟ କରୁଛନ୍ତି । ପ୍ରାୟ […]

Continue Reading

ଆଣ୍ଠୁ ପରୀକ୍ଷା ପାଇଁ ମୁମ୍ବାଇ ମେଡିକାଲରେ ଭର୍ତ୍ତି ହେବେ ଧୋନି, ଆଇପିଏଲ୍ ୨୦୨୩ ରେ ଆଘାତ ସହ ସଂଗ୍ରାମ କରୁଥିଲେ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍‌ରେ ପଞ୍ଚ ଟାଇଟଲ ଜିତି ଏବେ ସେଲିବ୍ରେସନ ମୁଡ୍‌ରେ ରହିଛି । ଏମ୍‌ଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ହରାଇ ଏହି ଗୌରବ ହାସଲ କରିଥିଲା । ଚେନ୍ନାଇ ଖେଳାଳିମାନେ ଏହି ସମୟରେ ଉତ୍ସବରେ ବୁଡି ରହିପାରନ୍ତି, କିନ୍ତୁ ଅଧିନାୟକ ଧୋନି ଆସନ୍ତା କିଛି ଦିନ ମୁମ୍ବାଇ ଯିବାକୁ ଯାଉଛନ୍ତି, ଯେଉଁଠାରେ ସେ ଆଣ୍ଠୁ ପରୀକ୍ଷା କରିବେ । ଆଇପିଏଲ୍ ୨୦୨୩ ର ପୂରା ସିଜିନ୍‌ରେ ଧୋନି ଆଣ୍ଠୁରେ […]

Continue Reading

ରେଜଲ୍ଟ ଶୁଣି ତିନି ମହଲାରୁ ଡେଇଁ ପଡିଲେ ଯୁକ୍ତ ଦୁଇ ଛାତ୍ରୀ

ବାଲେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପରେ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଯୁକ୍ତ ଦୁଇ ସାଇନ୍ସରେ ୨ଶ୍ରେଣୀରେ ପାସ କରିଥିବା ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରୀକ୍ଷା ଫଳ ଜାଣିବା ପରେ ଛାତ୍ରୀ ଜଣକ ନିଜ ଘରର ତିନି ମହଲା ଛାତରୁ ଡେଇଁ ପଡିଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ନୀଳଗିରି ଏନଏସିର ସିମୁଳିଆ ଗାଁର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଯୁକ୍ତ […]

Continue Reading

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳର ‘ମହା ଜନସମ୍ପର୍କ ଅଭିଯାନ’ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା […]

Continue Reading

ଆସନ୍ତାବର୍ଷଠୁ ବଦଳିବ +୨ ପରୀକ୍ଷାର ଢାଞ୍ଚା: CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: ମାଟ୍ରିକ ପରେ +୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବ । ଆସନ୍ତାବର୍ଷଠାରୁ +୨ ପରୀକ୍ଷାରେ ଏକ ବ୍ୟାପକ ସଂସ୍କାର ଆସିବାକୁ ଯାଉଛି । ଏ ନେଇ ଖୁବଶୀଘ୍ର ଏବ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଆଜି +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ଘୋଷଣା କରାଯାଇଛି । ଏ ନେଇ +୨ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । […]

Continue Reading

କଟକ ଟ୍ରାଜେଡି ପରେ ୨ ଯନ୍ତ୍ରୀ ନିଲମ୍ବିତ, ନାବାଳିକାଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ସହାୟତା

କଟକ: ବକ୍ସଡ୍ରେନରେ ଫସି ନାବାଳିକା ଜଣଙ୍କ ପ୍ରାଣ ହାରିବା ପରେ ପ୍ରଶାସନ ଆକ୍ସନ୍ ମୋଡକୁ ଆସିଛି । କର୍ତ୍ତବ୍ୟରେ ଅବହେଳା ଲାଗି ନଗର ଉନ୍ନୟନ ବିଭାଗ ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଏମସିର ୨ ସହକାରୀ ଯନ୍ତ୍ରୀ ସଞ୍ଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ମୃତ ୧୭ ବର୍ଷୀୟା ନାବାଳିକାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି […]

Continue Reading

ଆସନ୍ତାକାଲି ପୂର୍ବାହ୍ନ ୧୧ ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଯେଉଁ ଆଶଙ୍କା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଲାଗି ରହିଥିଲା ତାହାର ଅନ୍ତ ଘଟିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ବାହାରୁ ବୋଲି ସମସ୍ତେ ଆଶା କରୁଛନ୍ତି । ଶିକ୍ଷାବିତ୍ ଆର ଏନ ପଣ୍ଡା […]

Continue Reading

ମହାରାଷ୍ଟ୍ର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ: ମହାରାଷ୍ଟ୍ରର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର । ସ୍ୱଚ୍ଛ ମୁଖ ଅଭିଯାନ ମୁଖର ସ୍ୱଚ୍ଛତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏକ ଅଭିଯାନ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାବୀସ ମଙ୍ଗଳବାର ତେନ୍ଦୁଲକରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ।ସଚ୍ଚିନ ଆସନ୍ତା ୫ ବର୍ଷ ପାଇଁ ଏହି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେବେ । ମହରାଷ୍ଟ୍ରର ଡେପୁଟି ସିଏମ […]

Continue Reading