ପୁରୀରେ ସନ୍ଧ୍ୟା ୬ରୁ ଦୋକାନ ବଜାର ବନ୍ଦ

Top Storise ରାଜ୍ୟ

ପୁରୀ: ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ଠାରୁ ସହରରେ ସନ୍ଧ୍ୟା ୬ଟା ପରେ ଦୋକାନ ବଜାର ବନ୍ଦ ରହିବ।

ସୂଚନା ଅନୁଯାୟୀ ବ୍ୟବସାୟୀ ମାନେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ ବୋଲି ଗତକାଲି ବ୍ୟବସାୟ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବୁଧବାର ହୋଲସେଲ ସଂଘ ପୁରୀ ଡିଷ୍ଟ୍ରୁୁବୁଟର ଓ ଟ୍ରେଡର ସଂଘ, ପରିବା ବ୍ୟବସାୟ ସଂଘ ଆଦି ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭିନ୍ନ ସଂଘ ଜଣେଇଥିଲେ। ହେଲେ ପରିଶେଷରେ ସନ୍ଧ୍ୟା ୬ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ଏବଂ ଫୁଡ ଷ୍ଟଲ ଗୁଡିକ ରାତି ୯ଟା ପର୍ଯ୍ୟନ୍ତ ପାର୍ସଲ ଦେଇପାରିବେ ବୋଲି ସୂଚନା ମିଳିଥିଲା।

ମାତ୍ର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯଥା ରନ୍ଧନ ଗ୍ୟାସ, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ ବୋଲି ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *