ମୋଦୀଙ୍କ ୭୬ତମ ଜନ୍ମଦିନରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ

ମନମୋହନ ସାମଲ ଓ ସମ୍ବିତ ପାତ୍ରଙ୍କ ସହ ବିଜେପି ନେତା-କର୍ମୀଙ୍କ ଅଂଶଗ୍ରହଣ ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ଦଳର ନେତା ଓ କର୍ମୀମାନେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ, ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି […]

Continue Reading

ଛୋଟ ଛୋଟ ପିଲାଙ୍କ ଗହଣରେ ଅଭିନେତା ଚନ୍ଦନ କରଙ୍କ ଜନ୍ମଦିନ ପାଳନ

ଭୁବନେଶ୍ୱର : ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଓଲିଉଡ୍‌ ଅଭିନେତା ଚନ୍ଦନ କର। ଜନ୍ମଦିନ ଅବସରରେ ସକାଳୁ ଠାକୁର ଦର୍ଶନ କରିବା ପରେ ସେ ସିଧାସଳଖ ପହଞ୍ଚିଥିଲେ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ। ସେଠାରେ ଛୋଟ ଛୋଟ ପିଲାଙ୍କ ଗହଣରେ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ ଚନ୍ଦନ। ପିଲାମାନଙ୍କ ସହ ହସଖୁସିରେ ସମୟ ବିତାଇବା ସହ ସେମାନଙ୍କ ସହ ନିଜ ଜନ୍ମଦିନର ଖୁସି ବାଣ୍ଟିଥିଲେ। ଏହି ଅବସରରେ ପିଲାମାନେ ମଧ୍ୟ ଅଭିନେତାଙ୍କୁ […]

Continue Reading

ରାଜ୍ୟରେ ୮୦% ମୃତ୍ୟୁର କାରଣ ଅସ୍ପଷ୍ଟ!

ଭୁବନେଶ୍ୱର : ଓଡ଼ିଶାରେ ମୃତ୍ୟୁର କାରଣ ରେକର୍ଡକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର। ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ଘଟୁଛି, ସେଥିରୁ ପ୍ରାୟ ୮୦ ପ୍ରତିଶତ ମୃତ୍ୟୁର ପ୍ରକୃତ କାରଣ ସଠିକ୍ ଭାବେ ରେକର୍ଡ ହୋଇପାରୁନାହିଁ। ମାତ୍ର ପ୍ରାୟ ୨୦ ପ୍ରତିଶତ ମୃତ୍ୟୁର କାରଣ ଡାକ୍ତରୀ ପ୍ରମାଣପତ୍ର ମାଧ୍ୟମରେ ରେକର୍ଡ କରାଯାଉଛି। ଏହାର ପରିଣାମରେ ରାଜ୍ୟରେ କେଉଁ ରୋଗ, ରୋଗଜନିତ ଜଟିଳତା କିମ୍ବା ଅନ୍ୟ କେଉଁ କାରଣରୁ କେତେ ଲୋକଙ୍କ ମୃତ୍ୟୁ ହେଉଛି, ତାହାର […]

Continue Reading

ନିଶା ବିରୋଧୀ ଲଢ଼େଇ ପାଇଁ ୩ ବର୍ଷିଆ ରୋଡମ୍ୟାପ୍‌ ପ୍ରସ୍ତୁତ: ଅମିତ ଶାହ

ପାଣାଜୀ: ଗୋଆର ରାଜଧାନୀ ପାଣାଜୀରେ ନିଶାଦ୍ରବ୍ୟ ନିୟନ୍ତ୍ରଣକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ। ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଅନେକ ବଡ଼ ପଦକ୍ଷେପ ନିଆଯାଇଛି। ଆତଙ୍କବାଦ, ନକ୍ସଲବାଦ ଏବଂ ଉତ୍ତର-ପୂର୍ବରେ ଥିବା ହିଂସା ଭଳି ସମସ୍ୟାର ମୁକାବିଲାରେ ଉଲ୍ଲେଖନୀୟ ସଫଳତା […]

Continue Reading

ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

ଭୁବନେଶ୍ୱର: ମେଧାକୁ ସମ୍ମାନ, ପ୍ରତିଭାକୁ ପ୍ରୋତ୍ସାହନ ଏବଂ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ‘ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଥିବା ଦୁଇ ମେଧାବୀ ଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କେ.ସି. ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ନାୟକ ଏବଂ ବାରିପଦା ସରସ୍ୱତୀ ଶିଶୁ […]

Continue Reading

ସେପ୍ଟେମ୍ବର ୫ ଓ ୬ରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ଓ ୬ ତାରିଖରେ କଟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସହ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ୫ ତାରିଖରେ ଆରମ୍ଭ ହେବାକୁ ଥିବା ବୈଠକକୁ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂସଲ ଉଦ୍‌ଘାଟନ କରିବେ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ […]

Continue Reading

୧୨ ବର୍ଷର ଆଇନଗତ ଲଢ଼େଇ ପରେ ମା’ଙ୍କୁ ମିଳିଲା ନ୍ୟାୟ, LIC ଦେବ ୧.୨୬ କୋଟି ଟଙ୍କା

ମୁମ୍ବାଇ: ପୁଅଙ୍କ ଜୀବନ ବୀମା ଦାବି ପାଇଁ ଦୀର୍ଘ ୧୨ ବର୍ଷ ଧରି ଆଇନଗତ ଲଢ଼େଇ କରୁଥିବା ଜଣେ ମା’ ଶେଷରେ ନ୍ୟାୟ ପାଇଛନ୍ତି। ନ୍ୟାସନାଲ କଞ୍ଜ୍ୟୁମର ଡିସପ୍ୟୁଟ୍ସ ରିଡ୍ରେସାଲ କମିଶନ୍ (NCDRC) ଭାରତୀୟ ଜୀବନ ବୀମା ନିଗମ (LIC)କୁ ମୃତ ବୀମାଧାରୀଙ୍କ ପାଞ୍ଚଟି ପଲିସିର ସମ୍ପୂର୍ଣ୍ଣ ଦାବି ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ସୁଧ, ମାନସିକ ଯନ୍ତ୍ରଣା ପାଇଁ କ୍ଷତିପୂରଣ ଓ ମାମଲା ଖର୍ଚ୍ଚକୁ ମିଶାଇ ମୋଟ ଦେୟ ପ୍ରାୟ ୧ କୋଟି ୨୬ […]

Continue Reading