ଛୋଟ ଛୋଟ ପିଲାଙ୍କ ଗହଣରେ ଅଭିନେତା ଚନ୍ଦନ କରଙ୍କ ଜନ୍ମଦିନ ପାଳନ

Top Storise ରାଜ୍ୟ

ଭୁବନେଶ୍ୱର : ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଓଲିଉଡ୍‌ ଅଭିନେତା ଚନ୍ଦନ କର। ଜନ୍ମଦିନ ଅବସରରେ ସକାଳୁ ଠାକୁର ଦର୍ଶନ କରିବା ପରେ ସେ ସିଧାସଳଖ ପହଞ୍ଚିଥିଲେ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ।

ସେଠାରେ ଛୋଟ ଛୋଟ ପିଲାଙ୍କ ଗହଣରେ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ ଚନ୍ଦନ। ପିଲାମାନଙ୍କ ସହ ହସଖୁସିରେ ସମୟ ବିତାଇବା ସହ ସେମାନଙ୍କ ସହ ନିଜ ଜନ୍ମଦିନର ଖୁସି ବାଣ୍ଟିଥିଲେ। ଏହି ଅବସରରେ ପିଲାମାନେ ମଧ୍ୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ନିଜ ଜନ୍ମଦିନର ଖୁସିକୁ କେବଳ ନିଜ ମଧ୍ୟରେ ସୀମିତ ନରଖି ଏହି ପିଲାମାନଙ୍କ ସହ ବାଣ୍ଟିବାକୁ ଚନ୍ଦନଙ୍କ ଏହି ପ୍ରୟାସ ଏକ ସୁନ୍ଦର ବାର୍ତ୍ତା ଦେଇଛି। ପିଲାମାନଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ଭଲପାଇବା ଓ ଶୁଭେଚ୍ଛା ଗ୍ରହଣ କରିଥିଲେ ଅଭିନେତା।

ଚନ୍ଦନଙ୍କ ଏହି ନିଆରା ଜନ୍ମଦିନ ପାଳନ ଉପସ୍ଥିତ ସମସ୍ତଙ୍କ ମନ ଜିଣିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

Leave a Reply

Your email address will not be published. Required fields are marked *