20200716-corona

ରାଜ୍ୟରେ ପୁଣି 3 ଅଙ୍କରେରେ ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା, 172 ଜଣ ସ୍ଥାନୀୟ ଅଞ୍ଚଳର

Top Storise ରାଜ୍ୟ

ଭୁବନେଶ୍ୱର : ସାରା ବିଶ୍ୱରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମାନ୍ତରାଳ ଭାବେ ରାଜ୍ୟରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମଣ । ଆଜି ପୁଣି ରାଜ୍ୟରେ 494 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା 15 ହଜାର 392 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 322 ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 172 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 246 ଜଣ ରହିଛନ୍ତି । ସେହିପରି ଭଦ୍ରକରୁ 7 ଜଣ, ବଲାଙ୍ଗିରରୁ 3 ଜଣ, ବୌଦ୍ଧରୁ 2 ଜଣ, କଟକରୁ 38 ଜଣ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ 21 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ 15 ଜଣ, କଳାହାଣ୍ଡିରୁ 2 ଜଣ, କେନ୍ଦ୍ରାପଡ଼ାରୁ 11 ଜଣ, କେନ୍ଦୁଝରରୁ 10, ଖୋର୍ଦ୍ଧାରୁ 64, କୋରାପୁଟରୁ 4, ମାଲକାନଗିରିରୁ 4, ମୟୂରଭଞ୍ଜରୁ 14, ନବରଙ୍ଗପୁରରୁ 4, ନୟାଗଡ଼ରୁ 16, ନୂଆପଡ଼ାରୁ 9, ପୁରୀରୁ 7, ରାୟଗଡ଼ାରୁ 1, ସମ୍ବଲପୁରରୁ 4 ଓ ସୁନ୍ଦରଗଡ଼ରୁ 10 ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ପୁଣି ଆଜି ରାଜ୍ୟରେ ଆଉ 2 ଜଣଙ୍କ ଜୀବନ ନେଲା କରୋନା। ଗଞ୍ଜାମରେ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି । ସମାନ୍ତରାଳ ଭାବେ ରାଜ୍ୟରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *