ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ

Top Storise ଅପରାଧ ରାଜ୍ୟ

ପାରାଦୀପ: ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହୋଇଛି। ଫଳରେ ପ୍ରାୟ ୧୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି।

ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଷାକ୍ତ ଆମୋନିଆ ଗ୍ୟାସ ପ୍ରଦୂଷଣର ଅନେକ କୁପ୍ରଭାବ ଥିବାରୁ ପାରାଦୀପ ଗଡ଼ର କିଛି କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ପାରାଦୀପ ସହର, ଜଗତସିଂହପୁର ଜିଲ୍ଳା କୁଜଙ୍ଗ ତହସିଲର ଗ୍ରାମାଞ୍ଚଳ ଏବଂ କେନ୍ଦ୍ରାପଡ଼ା ଜିଲ୍ଳା ମହାକାଳପଡ଼ା ତହସିଲ ଅଞ୍ଚଳର ଗାଁ ଗୁଡିକରେ ଆମୋନିଆ ଗ୍ୟାସ ପ୍ରଦୂଷଣ ଆଶଙ୍କା ରହିଛି।

ତେବେ ବିଷାକ୍ତ ଗ୍ୟାସର ପ୍ରଭାବ ଏହି ୨ ଜିଲ୍ଳା ଉପରେ ପଡିଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *