ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଲା ବାଇକ, ଗାଡ଼ି ଚାଳକଙ୍କ ମୃତ୍ୟୁ

Top Storise ରାଜ୍ୟ

କଟକ: ଘନ କୁହୁଡ଼ି ଯୋଗୁଁ ବ୍ରିଜ ତଳକୁ ଖସିଗଲା ବାଇକ। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳୁ ବିଷମକଟକ ବ୍ଲକ ଚାଟିକଣାରେ ଜଣେ ଯାତ୍ରୀ ବାଇକରେ ସିମାଞ୍ଚଳ ଟାକିରୀ ନିଜ ଶ୍ୱଶୁର ଘର ବାରୀଗୁଡ଼ା ଗ୍ରାମକୁ ଯାଉଥିଲେ। ଘନ କୁହୁଡ଼ି ଯୋଗୁଁ ସଠିକଭାବେ ଦେଖା ନଯିବାରୁ ମଶାଣି ବ୍ରିଜରୁ ବାଇକଟି ତଳକୁ ଖସି ପଡ଼ିଥିଲା। ଫଳରେ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ସ୍ଥାନୀୟ ଲୋକ ଖବର ଦେବା ପରେ ବିଷମକଟକ ଅଗ୍ନିଶମ ବାହିନୀ ବ୍ରିଜ ନିକଟରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ବିଷମକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି। ମୃତକ ଜଣକ ଅମ୍ବାଦଲାର ସରବାଲି ଗ୍ରାମର ବୋଲି ଜଣାପଡ଼ିଛି। ପୋଲିସ ଏନେଇ ଏକ ଅପମୃତୁ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *