ବାଲେଶ୍ୱର: ଘନଉଛି ବିପଦ। ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ କେତେବେଳେ ୫୦୦ତଳକୁ ତ ଆଉ କେତେବେଳେ ୬୦୦ ଉପରକୁ ରହୁଛି। ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେପଟେ ବଜାରରେ ବହୁ ପରିମାଣରେ ଭିଡ଼ ଏବେ ବିପଦ ସୃଷ୍ଟି କରୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଫାଣ୍ଡି ଛକ ନିକଟରେ ଥିବା ଫଳ ବଜାରରରେ।
ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼। ମୁହଁରେ ନା ଅଛି ମାସ୍କ ନା ଅଛି ଦୁଇ ଫୁଟ୍ର ଦୂରତା। ଅମାନିଆଭାବେ ବଜାରରେ ଘୁରି ବୁଲୁଛନ୍ତି ଲୋକେ। ବାରମ୍ବାର ସ୍ୱାସ୍ଥ୍ୟ ବିଭାଗ ସଚେତନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବଜାରରେ ବଢ଼ୁଥିବା ଭିଡ଼ ଦୃଶ୍ୟକୁ ଦେଖିଲେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ବିପଦରେ ପକାଇବନି ତ ପାର୍ବଣ?