ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ ବ୍ୟାଟିଂ କରିବେ । ବିହାରୀ ସାମିଲ ନ ହେଲେ ସେ ୬ ନମ୍ବର ସ୍ଥାନରେ ଖେଳିବେ । ଈଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜଙ୍କ ମଧ୍ୟରୁ କିଏ ଖେଳିବା ତାହା ମଧ୍ୟ ଚୂଡାନ୍ତ ହୋଇ ନାହିଁ । ଟିମ୍ ମ୍ୟାନେଜମେଂଟ ୨ ସ୍ପିନର ଖେଳାଇବା ରଣନୀତି ସପକ୍ଷରେ ରହିଛି । ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ ।
ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ, ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ମହମ୍ମଦ ସିରାଜ ।