ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପେରିରା

Top Storise କ୍ରୀଡ଼ା ଦେଶ- ବିଦେଶ

କଲମ୍ବୋ:୩୨ ବର୍ଷ ବୟସରେ ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଥିସରା ପେରିରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୦୯ରେ ସେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଶ୍ରୀଲଙ୍କା ପକ୍ଷରୁ ୬ଟି ଟେଷ୍ଟ, ୧୬୬ଟି ଦିନିକିଆ ଓ ୮୪ଟି୨୦ ମ୍ୟାଚ ଖେଳିଛନ୍ତି ।

ପେରିରା ନିକଟରେ ଏକ ଘରୋଇ ଟୁର୍ଣ୍ଣାମେଂଟରେ ଗୋଟିଏ ଓଭରରେ ୬ ଛକା ମାରିଥିଲେ । ଏହା ବ୍ୟତୀତ ଆନ୍ତର୍ଜାତୀୟ ଟି୨୦ରେ ସେ ହ୍ୟାଟ୍ରିକ ନେଇଥିଲେ । ସେ କେଉଁଥିପାଇଁ କ୍ରିକେଟରୁ ଅବସର ଘୋଷଣା କଲେ ତାହା ସ୍ପଷ୍ଟ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *