ଆମେରିକାରେ ଗନ କଲଚର, ଜନସଂଖ୍ୟାଠାରୁ ଲୋକଙ୍କ ପାଖରେ ଅଛି ଅଧିକ ଅସ୍ତ୍ର

Top Storise ଦେଶ- ବିଦେଶ

ଟେକ୍ସାସ: ଆମେରିକାରେ ଗନ କଲଚର ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି । ଏହା ଦ୍ୱାରା ଅପରାଧ ହାର ମଧ୍ୟ ବୃଦ୍ଧି ପାଉଛି । ଏକ ରିପୋର୍ଟ ମୁତାବକ ଆମେରିକାର ୩୩ କୋଟି ଜନସାଧାରଣଙ୍କ ନିକଟରେ ୩୯ କୋଟିରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ରହିଛି । ଆମେରିକାର ଗନ କଲଚର ଯୋଗୁ ବ୍ରିଟେନ ମଧ୍ୟ ଚାପରେ ରହିଛି । ୨ ବର୍ଷ ମଧ୍ୟରେ ଏଠାରେ ୯୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆମେରିକା ଲାଇସେନ୍ସରେ ଏହାକୁ କିଣାଯାଇ ବ୍ରିଟେନରେ ବ୍ୟବହାର କରାଯାଉଛି ।

ସାଧାରଣ ଜନତାଙ୍କ ପାଖରେ ମାରାତ୍ମକ ଅସ୍ତ୍ର ରହିବା ନିଶ୍ଚିତ ଭାବେ ବିପଦକୁ ଡାକି ଆଣିବା ସହ ସମାନ । ଏହାର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଥିବାରୁ ଅନେକ ଉଦାହରଣ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *