ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବେ। ସେ ପୁଣି ଆଙ୍ଗ୍ରି ମ୍ୟାନ୍ ଅଜୟ ଦେବଗନଙ୍କ ସହ। ତାଖତାନିଙ୍କ ଆଗାମୀ କ୍ରାଇମ-ଡ୍ରାମା ଧାରାବାହିକ ରୁଦ୍ର – ଏଜ୍ ଅଫ୍ ଡାର୍କନେସ୍ରେ ପ୍ରଥମ କରି ଡିଜିଟାଲ୍ ପ୍ଲାଟ୍ଫର୍ମରେ ପାଦ ଦେବେ ଇଶା। ଏଥିରେ ସେ ଅଭିନେତା ଅଜୟ ଦେବଗନଙ୍କ ସହ ନଜର ଆସିବେ।
ଏଥିରେ ଖୁସି ବ୍ୟକ୍ତି କରି ଇଶା କହିଛନ୍ତି ଯେ ସେ ସେ ଅଜୟ ଦେବଗନଙ୍କ ସହ କାମ କରିବାକୁ ବେଶ୍ ଆଗ୍ରହୀ ଅଛନ୍ତି। ଏହା ମୋତେ କିଛି ନୂଆ କରିବାର ସୁଯୋଗ ଦେଇଛି।