ପୁରୀ ବାସୀନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବାକୁ ଆଇନଜୀବୀ ଓ ଜଗନ୍ନାଥ ସେନାର ଦାବି

Top Storise ରାଜ୍ୟ

ପୁରୀ : ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ୱାର। ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଆଇନଜୀବୀ ଓ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ଓ ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ଲୋକେ ସିଂହଦ୍ୱାରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷ କରୁଛନ୍ତି।‌

ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଯାଉଥିବା ବୃଦ୍ଧ ବୃଦ୍ଧାମାନେ ସବୁଠୁ ଅଧିକ ସମସ୍ୟାରେ ପଡୁଥିବା ଅଭିଯୋଗ ହୋଇଛି। ମହାପ୍ରସାଦ ପାଇବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦାମନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଆଇନଜୀବୀ ଓ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ଏସପିଙ୍କୁ  ଦାବିପତ୍ର ଦିଆଯାଇଛି। ତୁରନ୍ତ ପୁରୀ ବାସିନ୍ଦାଙ୍କ ପାଇଁ ଚାରି ଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅନୁମତି ଦିଆନଗଲେ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *