ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

Top Storise ରାଜ୍ୟ

କଟକ: ଆସନ୍ତାକାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏହାସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ସ୍କୁଲଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଆସନ୍ତାକାଲି ଅପରାହ୍ନ ୧ଟାରେ ରେଜଲ୍ଟ ଏକଜାମିନେସନ କମିଟିକୁ ପ୍ରଦାନ କରାଯିବ। ଏକଜାମିନେସନ କମିଟିର ଅନୁମୋଦନ ପରେ ଅପରାହ୍ନ ୪ଟା ବେଳେ ବୋର୍ଡ ଅଫିସରୁ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ସନ୍ଧ୍ୟା ୬ଟା ବେଳେ ଏହା ଛାତ୍ରଛାତ୍ରୀଙ୍କ ଓ୍ଵବସାଇଟରେ ଉପଲବ୍ଧ ହେବ। www.bseodisha.in କିମ୍ବା www.bseodisha.ac.inରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଯେଉଁମାନଙ୍କ ପାଖରେ ଇଣ୍ଟରେନେଟର ସୁବିଧା ନାହିଁ ସେମାନେ ମୋବାଇଲ ଫୋନରେ ଏସଏମ୍ଏସ ଦ୍ଵାରା ସେମାନଙ୍କ ଫଳ ଜାଣିପାରିବେ। ଏଥିପାଇଁ ସେମାନଙ୍କୁ OR01 <Roll number> ଲେଖି ୫୬୭୬୭୫୦କୁ ପଠାଇବାକୁ ପଡ଼ିବ।

ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ହୋଇ ନ ଥିବା ବେଳେ ଅଭ୍ୟାସ ପରୀକ୍ଷାକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ ପାଇଁ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା।

Leave a Reply

Your email address will not be published. Required fields are marked *