ପଥରରେ ନନ୍ଦିଘୋଷ ରଥ

Top Storise ରାଜ୍ୟ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଅବିକଳ ନନ୍ଦିଘୋଷ ରଥର ପ୍ରତିକୃତି ହୋଇ ଥିବା ବେଳେ ରଥରେ ସାରଥୀ , ଘୋଡ଼ା , ପାର୍ଶ୍ଵ ଦେବଦେବୀ ସମେତ ନନ୍ଦି ଘୋଷ ରଥର ସମସ୍ତ ଡିଜାଇନ ପଥରରେ ନିର୍ମାଣ ହୋଇଛି ।ପୁରୀ ପଥୁରିଆ ସାହି ର ବାସିନ୍ଦା ନିରଂଜନ ମହାରଣା। ଦୀର୍ଘ ୪ ମାସ ପରିଶ୍ରମ କରି ଅତି ନିଖୁଣ ଭାବେ ଏହି ଛୋଟ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ନିଳ ଓ ନାଲି ରଙ୍ଗର ପଥ ର ରେ ଏହା ତିଆରି ହୋଇଛି। ଏହି ରଥ ର ଉଚ୍ଚତା ୧୨ ଇଞ୍ଚ ଏବଂ ଲମ୍ବା ୮ ଇଞ୍ଚ । । ଲକଡାଉନ ,ସଟ ଡାଉନ ସବୁ ବନ୍ଦ ଥିବା ବେଳେ ଶିଳ୍ପୀ ନିରଂଜନ ମହାରଣା  ସମୟ ନଷ୍ଟ ନକରି ମହାପ୍ରଭୁଙ୍କୁ ସ୍ମରଣ କରି ଛୋଟ ପଥର ରଥ ନିର୍ମାଣ କରିଛନ୍ତି । ଯାହାକି ବେଶ ଆକର୍ଷଣୀୟ ହୋଇଛି ।   

ସ୍ଥାନୀୟ ବାସିନ୍ଦା ଏହାକୁ ଦେଖିବାକୁ ଆସୁଛନ୍ତି । ଆଗାମୀ ଦିନରେ ସେ ପ୍ରଭୂ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ କରିବେ ବୋଲି କହିଛନ୍ତି । ତେବେ ମହାପ୍ରଭୁ ଭକ୍ତଙ୍କ କଥା ଶୁଣି ଶୀଘ୍ର କୋଭିଡ ମାହାମରିକୁ ବିନାଶ କରିବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *