ଏବେ କେବଳ ମାଲିକ ହାତରେ ଫୁଟିବ ବନ୍ଧୁକ

Top Storise ଅପରାଧ ଦେଶ- ବିଦେଶ

ୱାଶିଂଟନ: ଏବେ କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ । ଯାହାକୁ ଚୋର କି ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । ଏହାକୁ ସ୍ମାର୍ଟ ବନ୍ଧୁକ କୁହାଯାଏ । ଏହି ସ୍ମାର୍ଟ ବନ୍ଧୁକ ଦ୍ୱାରା ଘରେ ଶିଶୁଙ୍କ ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ ଦିଆଯାଇପାରିବ। କୌଣସି ଅପରାଧୀ ସ୍ମାର୍ଟ ବନ୍ଧୁକ ଚୋରି କରିନେଇ ଅପରାଧ ଭିଆଇପାରିବ ନାହିଁ। ତେଣୁ ଲୋଡ୍ଷ୍ଟାର୍ ଓ ବାୟୋଫାୟର୍ ନାମକ ଦୁଇଟି କମ୍ପାନି ଶୀଘ୍ର ଆମେରିକୀୟ ବଜାରକୁ ସ୍ମାର୍ଟ ବନ୍ଧୁକ ଛାଡ଼ିବାକୁ ଯାଉଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ ତିନିଜଣରୁ ଜଣେ ବ୍ୟକ୍ତି ନିଜ ପାଖରେ ବନ୍ଧୁକ ରଖିଥିବା ସ୍ବୀକାର କରନ୍ତି। ସେଠାରେ ବନ୍ଧୁକ ମାଲିକାନା ନେଇ କୋହଳ ଆଇନ ଥିବାରୁ ଜଣେ ଅତି ସହଜରେ ବନ୍ଧୁକ ଦୋକାନ ଯାଇ ସଙ୍ଗେସଙ୍ଗେ ମନପସନ୍ଦର ବନ୍ଧୁକ କିଣି ପାରିବ । ଏହି କାରଣରୁ ଆମେରିକାରେ ପ୍ରତି ବର୍ଷ ୩୯ ହଜାରରୁ ଅଧିକ ଲୋକ ବନ୍ଧୁକ ହିଂସାରେ ପ୍ରାଣ ହରାଇଥାନ୍ତି।

ଅବାଞ୍ଛିତ ବନ୍ଧୁକଚାଳନା ରୋକିବା ପାଇଁ କିଛି କମ୍ପାନି ଏବେ ସ୍ମାର୍ଟ ବନ୍ଧୁକ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏପରି ବନ୍ଧୁକ କେବଳ ଦୁଇଟି ଉପାୟରେ ଚଳାଯାଇପାରିବ। ଗୋଟିଏ ପଦ୍ଧତି ହେଲା ରେଡିଓ ତରଙ୍ଗ ମାଧ୍ୟମରେ ପରିଚୟ ପ୍ରଦାନ କରୁଥିବା ବ୍ରେସଲେଟ୍, ହାତଘଣ୍ଟା, ମୁଦି ଆଦିର ପ୍ରୟୋଗ କରି ଏବଂ ମାଲିକର ଅଙ୍ଗୁଳି ଓ ପାପୁଲି ଟିପ ଦ୍ବାରା ମଧ୍ୟ ଏହାକୁ ସକ୍ରିୟ କରାଯାଇପାରିବ।

Leave a Reply

Your email address will not be published. Required fields are marked *