ମୟୂରଭଞ୍ଜ : ବାଇକ ଚୋର ଗ୍ୟାଙ୍ଗର ଧରିଲା ପୋଲିସ । ମୟୂରଭଞ୍ଜର ବିଶୋଇ ପୋଲିସକୁ ମିଳିଛି ସଫଳତା । ଆଠଟି ଚୋରି ବାଇକ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ,ସାଙ୍ଗ ଆଲଦା ଓ ଦାମୁ ଆଲଦା । ସାଙ୍ଗ ଓ ଦାମୁ ଦୁଇ ଜଣ ଭାଇ ବୋଲି ଜଣା ପଡ଼ିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୮ ତାରିଖରେ ବିଶୋଇ ଷ୍ଟାଡିୟମ ନିକଟ ଏକ ସ୍କୁଲ ପାଖରେ ବାଇକକୁ ରଖି ଗୋପୀନାଥ ମାଝୀ ନାମକ ଯୁବକ ଫୁଟବଲ ଖେଳ ଦେଖିବାକୁ ଷ୍ଟାଡିଅମ କୁ ଯାଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କ ବାଇକ ଟି ଚୋରି ହୋଇ ଯାଇଥିବା ଜାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ବିଶୋଇ ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରି ହୋଇଥିବା ବାଇକ ସହିତ ଆହୁରି ସାତ ଟି ବାଇକ କୁ ଜବତ କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣ କୁ ଗିରଫ କରିଥିଲା । ତେବେ ଅଭିଯୁକ୍ତ ମାନେ ଆଉ କୋଉ କୋଉ ଚୋରି ଘଟଣା ରେ ସମ୍ପୃକ୍ତ ପୋଲିସ ତଦନ୍ତ କରୁଛି।