କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାୟୁଡୁ

Top Storise ଦେଶ- ବିଦେଶ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ସିନିୟର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେ ଗୁଜରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇ ସାରିଥିଲେ । ଫାଇନାଲରେ ରାୟୁଡୁ ୮ ବଲରେ ଗୁରୁତ୍ୱପୂର୍ଣ୍ଣ ୧୯ ରନ କରିଥିଲେ । ଯାହା ପରୋକ୍ଷରେ ଦଳକୁ ଚାମ୍ପିୟନ କରାଇବାରେ ସହାୟ ହୋଇଥିଲା । ଚେନ୍ନାଇ ଡକ୍ୱୱର୍ଥ ଲୁଇସ ନିୟମର ଫାଇଦା ଉଠାଇ ୫ମ ଥର ପାଇଁ ଚାମ୍ପିୟନ ହୋଇଛି । ଖେଳାଳି ଭାବେ ରାୟୁଡୁ ଷଷ୍ଠ ଥର ପାଇଁ ଆଇପିଏଲ ଚାମ୍ପିୟନ ଟିମର ଅଂଶବିଶେଷ ହୋଇଛନ୍ତି । ଗୋଟିଏ ପରୀ କଥାର ଅନ୍ତ ଘଟିଲା । ଏହାଠାରୁ ଅଧିକ ମୁଁ କିଛି ଆଶା କରି ନ ଥିଲି । ମୁଁ ଭାଗ୍ୟବାନ ଯେ, ଏ ଭଳି ଏକ ମହାନ ଟିମ ସହିତ ଏତେ ଦିନ ଧରି ଜଡିତ ରହିଥିଲେ ।

ସେ ୨୦୩ ଆଇପିଏଲ ମ୍ୟାଚରେ ୪୩୪୮ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ । ରାୟୁଡୁ ଘରୋଇ କ୍ରିକେଟରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ସେ ୯୭ ପ୍ରଥମ ଶ୍ରେଣୀ ମ୍ୟାଚରେ ୬୧୫୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୬ ଶତକ ଓ ୩୪ ଅର୍ଦ୍ଧଶତକ ସାମିଲ । ୧୭୮ ଲିଷ୍ଟ ଏ ମ୍ୟାଚରେ ୫୬୦୭ ରନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ରାୟୁଡୁ ୫୫ ଦିନିକିଆ ମ୍ୟାଚରେ ୧୬୯୪ ରନ କରିଛନ୍ତି । ଏଥିରେ ୩ ଶତକ ଓ ୧୦ ଅର୍ଦ୍ଧଶତକ ସାମିଲ । ୭ଟି ଟି୨୦ ମ୍ୟାଚରେ ୬୧ ରନ ସଂଗ୍ରହ କରିଛନ୍ତି ।

Leave a Reply

Your email address will not be published. Required fields are marked *