ଋଷ୍ ୟୁକ୍ରେନ ଯୁଦ୍ଧ : ”ମୁଁ କିଭ୍‌ରେ ଅଛି ,କାହାକୁ ଭୟ କରୁନି” ଭିଡିଓ ସେୟାର କରି କହିଲେ ୟୁକ୍ରେନ୍ ରାଷ୍ଟ୍ରପତି

Top Storise ଦେଶ- ବିଦେଶ

ଦିଲ୍ଳୀ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷ୍ ଘନ ଘନ ମିଜାଇଲ ମାଡରେ ପୁରା ଧ୍ୱଂସ ହୋଇଗଲାଣି ୟୁକ୍ରେନ ।ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡୋମିର୍ ଜେଲେନସ୍କିଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ନିଜେ ରଷ୍ଟ୍ରପତି ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।ଏହି ଭିଡିଓରେ ରାଷ୍ଟ୍ରପତି କହିଛନ୍ତି ”ମୁଁ କିଭ୍ ରେ ହିଁ ଅଛି” । ”କାହାକୁ ଡରୁନାହିଁ ମୁଁ ”।

 ଯେ ପର୍ପ୍ୟନ୍ତ ୟୁକ୍ରେନରେ ଲଢେଇ ଜାରି ରହିବ ସେ ପର୍ଯ୍ୟନ୍ତ ମୁଁ ୟୁକ୍ରେନ ଛାଡି କୁଆଡେ ଯିବି ନାହିଁ ବୋଲି କହିଛନ୍ତି ଜେଲେନସ୍କି । ଋଷ୍ ସେନା କିଭକୁ ଚାରି ପଟୁ ଘେରି ରହିଥିବା ବେଳେ ୟୁକ୍ରନ ରଷ୍ଟ୍ରପତି ନିଜ ଇଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଏହା ସହ ଏହି ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନ ସେନାକୁ କୃତଜ୍ଞତା ଜଣାଇଛନ୍ତି । ଏହି ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ରାଷ୍ଟ୍ରପତି । ଯୁଦ୍ଧରେ ୟୁକ୍ରେନ ବାସୀ ଥର ହର ହେଉଥିବା ବେଳେ ଜେଲେନସ୍କିଙ୍କ ଏହି ଭିଡିଓ ୟୁକ୍ରେନ ବାସୀଙ୍କୁ ଆସ୍ୱସ୍ତୀ ଦେଇଛି ।

ଗତ ୨୪ ତାରିଖରୁ ଦୀର୍ଘ ୧୩ ଦିନ ହେବ ଋଷ୍ ଓ ୟୁକ୍ରେନ ମଧ୍ୟରେ ଲଢେଇ ଜାରି ରହିଛି । ଏଥିରେ ଅନେକ ୟୁକ୍ରେନ ନାଗରିକଙ୍କ ଜୀବନ ମଧ୍ୟ ଚାଲିଗଲାଣି।

https://www.instagram.com/_u/zelenskiy_official/?utm_source=ig_embed&ig_rid=3257d8ae-8234-4c65-a6af-996e5db8d159&ig_mid=BC31428F-5919-467E-89E8-E55722FE7384

Leave a Reply

Your email address will not be published. Required fields are marked *