ଭୁବନେଶ୍ୱର : ଋଷ୍-ୟୁକ୍ରେନ ଯୁଦ୍ଧରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭାରତ ଫେରୁଛନ୍ତି ।୨୧୯ ଜଣ ଭାରତୀୟ ନାଗରିକଙ୍କ ସହ ମୁମ୍ବାଇକୁ ପ୍ରଥମ ବିମାନ ଶନିବାର ରୋମାନିଆର ବୁଖାରେଷ୍ଟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଦିନରାତି ଉଦ୍ୟମ ଚାଲିଛି । ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଟ୍ୱିଟ କରି କହିଛନ୍ତି ।

ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବ ପୋରବେନ ସାଇରେଟ ସୀମା ଦେଇ ୪୭୦ ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରୁ ରୋମାନିଆ ଯାଇଥିଲେ । ଆଜି ସେହି ଭାରତୀୟ ମାନଙ୍କୁ ନେଇ ବିମାନ ମୁମ୍ବାଇ ଫେରୁଛି ।