ଏହି ଦିନ ରିଲିଜ କରିବ ଶିଳ୍ପା ଶେଟ୍ଟୀଙ୍କ ‘ହଙ୍ଗାମା ୨’

Top Storise ମନୋରଞ୍ଜନ

ମୁମ୍ବାଇ: ଶିଳ୍ପା ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ଅଭିନୀତ ହଙ୍ଗାମା ୨ ଜୁଲାଇ ୨୩ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବେ। ଏ ନେଇ ଏହି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମର ପ୍ରଥମ ଟ୍ରେଲର ଜୁଲାଇ ୧ରେ ରିଲିଜ ହେବ।

ଏହି ଖବର ଘୋଷଣା କରିବା ସହିତ ଶିଳ୍ପା ଶେଟ୍ଟୀ ହଙ୍ଗାମା ୨ ର ନୂଆ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରିୟଦର୍ଶନ। ଏଥିରେ ପରେଶ ରାୱଲ, ଶିଳ୍ପା ଶେଟ୍ଟୀ, ମିଜାନ ଜାଫ୍ରି, ପ୍ରଣିତା ସୁଭାଷ, ଆଶୁତୋଷ ରାଣା, ରାଜପାଲ ଯାଦବ ଏବଂ ଜନି ଲିଭର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *