ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ପ୍ରଭାବ ବର୍ତ୍ତମାନ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ କ୍ୟାବ୍ ଉପରେ ପଡ଼ିଛି। ତୈଳ ଦର ବୃଦ୍ଧି ଯୋଗୁ ମୁମ୍ବାଇରେ କ୍ୟାବ ତଥା ଓଲା ଓ ଉବର ସେମାନଙ୍କ କ୍ୟାବ ଏଗ୍ରିମେଣ୍ଟ ସେବାର ଭଡା ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାଯାଇଛି। ସେଠାରେ ଥିବା ଇନ୍ଧନ ହାର ବୃଦ୍ଧି ହେତୁ ଉଭୟ ଆପ୍ ଆଧାରିତ ଏଗ୍ରିଗେଟର୍ ଦେଶର ବିଭିନ୍ନ ରାଜ୍ୟରେ ଭଡା ବୃଦ୍ଧି କରିଥିବା ସୂଚନା ମିଳିଛି।
କ୍ୟାବ ଏଗ୍ରିଗେସନ୍ ଫାର୍ମଗୁଡିକର ଅଧିକାରୀମାନେ କହିଛନ୍ତି ଯେ ଭାରତର ଆର୍ଥିକ ରାଜଧାନୀ ତଥା ଅନ୍ୟାନ୍ୟ ମେଟ୍ରୋ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଚାଳକମାନେ କ୍ୟାବ ସେବା ଭଡା ବୃଦ୍ଧି କରିବାକୁ ଦାବି କରୁଛନ୍ତି।
ବର୍ତ୍ତମାନ ମୁମ୍ବାଇରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୭.୫୪ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୭.୪୫ ଟଙ୍କାରେ ବିକ୍ରି ହେଉଛି।
ଗତ ଦୁଇ ମାସ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି।