କଟକ: କଟକ ମୁନିସିପାଲ କର୍ପୋରେସନ (ସିଏମସି)ର ନୋଡାଲ ଅଫିସର ବିଶ୍ୱନାଥ ଲେଙ୍କାଙ୍କର ସୋମବାର ଦିନ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି।
ଏନେଇ ସିଏମସି କମିଶନର ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ଲେଙ୍କା କୋଭିଡ-୧୯ କଣ୍ଟ୍ରୋଲ୍ ରୁମ୍ ଏବଂ କୋଭିଡ କେୟାର ହୋମର ନୋଡାଲ୍ ଅଫିସର ଦାୟିତ୍ଵରେ ଥିଲେ।
ନିକଟ ଅତୀତରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ।