ଚାପରେ ଭାରତୀୟ ଗଣମାଧ୍ୟମ

ସମ୍ପାଦକୀୟ

ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ୧୮୨୪ରେ ‘ଇଷ୍ଟ୍ ଇଣ୍ତିଆ କ˚ପାନି’ ନିୟନ୍ତ୍ରଣାଧୀନ ବଙ୍ଗ ସରକାର ଏକ ଅଧ୍ୟାଦେଶ (ଅର୍ଡିନାନ୍‌ସ) ଜାରି କରିଥିଲେ। କୌଣସି କାରଣ ନ ଦର୍ଶାଇ ଯେକୌଣସି ଖବରକାଗଜର ପ୍ରକାଶନ ଅଧିକାର (ଲାଇସେନ୍‌ସ) ବାତିଲ କରିବା ପାଇଁ ଏଥିରେ ସରକାରଙ୍କୁ କ୍ଷମତା ଦିଆଯାଇଥିଲା। ସେତେ ବେଳେ କୋଲକାତାରେ ଇ˚ରେଜୀ ଓ ବା˚ଲା ଭାଷାରେ ପତ୍ର-ପତ୍ରିକା ପ୍ରକାଶନ କରୁଥିବା ବୁଦ୍ଧିଜୀବୀ ଏବ˚ ସ˚ପାଦକମାନଙ୍କୁ ଏହି ଅଧ୍ୟାଦେଶ କ୍ଷୁବ୍‌ଧ କରିଥିଲା। ଅଧ୍ୟାଦେଶ ବିରୋଧରେ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ ରାଜା ରାମମୋହନ ରାୟ। ଅଧ୍ୟାଦେଶଟିକୁ ବାତିଲ କରିବା ପାଇଁ ସେ ସରକାରଙ୍କ ନିକଟରେ ଲିଖିତ ଆବେଦନ କରିଥିଲେ। ଟାଗୋର ପରିବାରର କିଛି ସଦସ୍ୟ ଏବ˚ ଅନ୍ୟ କେତେକ ପ୍ରଭାବଶାଳୀ ଭାରତୀୟ ସ୍ବାକ୍ଷର କରିବା ପରେ ଉକ୍ତ ଆବେଦନ ପତ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା।

ଅନେକ ବର୍ଷ ତଳେ ରାମମୋହନଙ୍କ ସ୍ମୃତି କଥା ପଢ଼ିଥିଲି। ଏବେ ଭାରତରେ ସାମ୍ବାଦିକଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଆକ୍ରମଣ ପରିପ୍ରେକ୍ଷୀରେ, ତାହା ପୁଣି ଥରେ ପଢ଼ିବା ପାଇଁ ଉତ୍ସାହିତ ହେଲି। ନିଜର ଔପନିବେଶିକ ପୂର୍ବ ସୂରୀଙ୍କ ପରି ଏବେ ସ୍ବାଧୀନ ଭାରତର ସରକାର, ଗଣମାଧ୍ୟମର ସ୍ବାଧୀନତା ବିରୋଧୀ ପାଲଟି ଥିବା ବେଳେ ରାମମୋହନଙ୍କ ସ୍ମୃତି କଥା ଏକ ସାବଲୀଳ ରଚନା

Leave a Reply

Your email address will not be published. Required fields are marked *