ଜଣେ ସାଧାରଣ ଓଡ଼ିଆ କୌଣସି ମାନବ ସାମର୍ଥ୍ୟ ଅତିକ୍ରମୀ ନୈରାଶ୍ୟଜନକ ପରିସ୍ଥିତିରେ ପଡ଼ି ଯେତେବେଳେ ସ˚ପୂର୍ଣ୍ଣ ଆତ୍ମ ସମର୍ପଣ ମୁଦ୍ରାରେ ଦୁଇ ବାହୁ ଊର୍ଦ୍ଧ୍ବକୁ ପ୍ରସାରିତ କରି ‘ଯାହା ପ୍ରଭୁଙ୍କ ଇଚ୍ଛା’ ବୋଲି କହି ଉଠେ, ସେତିକି ବେଳେ ପ୍ରଭୁଙ୍କ ଲୀଳାମୟତାର ଅଲୌକିକତାକୁ ନେଇ ତା’ ମନରେ ତଥାପି ଆସ୍ଥା ଟିକିଏ ବଞ୍ଚି ରହିଥାଏ ଯେ ପ୍ରଭୁଙ୍କ ସେହି ଇଚ୍ଛା ଯୋଗୁ ଯଦି ‘ପୃଥ୍ବୀ କ୍ଷଣ କ୍ଷଣକେ ଆନ’, ତେବେ ହୁଏ’ତ ତାର ଏ ହତାଶାଜନକ ସ୍ଥିତି ଟଳି ଯାଇପାରେ। ସେହି କାରଣରୁ ବୋଧହୁଏ ଗଲା ଗୁରୁବାର ଦିନ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ ରଖିବା ଲାଗି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ସତ୍ତ୍ବେ ଏବ˚ ସେତେବେଳକୁ ରଥଯାତ୍ରା ଅନୁଷ୍ଠିତ ହେବା ଲାଗି ହାତଗଣତିରେ ଆଉ ମାତ୍ର ତିନିଟି କାର୍ଯ୍ୟ ଦିବସ ଥିବା ସ୍ଥଳେ ପ୍ରଭୁଙ୍କ ଲୀଳାମୟତାରେ ଆସ୍ଥା ରଖିଥିବା ଓଡ଼ିଆମାନଙ୍କ ପ୍ରତିନିଧିତ୍ବ ବହନକାରୀ ନଅଟି ପୁନର୍ବିଚାର ଆବେଦନ ଦାଖଲ ହେବା ପରେ ଗଲା କାଲି ସଦ୍ୟତମ ରାୟ ପ୍ରକାଶ ପାଇ ପୁରୀ ରଥଯାତ୍ରା ପର˚ପରାକୁ ଭଙ୍ଗ ହେବାକୁ ଦେଇନାହିଁ। ଏହା ସହିତ କେବଳ ପୁରୀରେ ନୁହେଁ, ସାରା ବିଶ୍ବରେ କୋଟିକୋଟି ଜଗନ୍ନାଥ-ପ୍ରେମୀଙ୍କ ମଧୢରେ ଆନନ୍ଦର ତରଙ୍ଗ ଖେଳି ଯାଇଛି। କରୋନା ‘ପାନଡେମିକ’ ପରିପ୍ରେକ୍ଷୀରେ ପୁରୀ ରଥଯାତ୍ରା- ଯହିଁରେ ହାରାହାରି ୧୦ରୁ ୧୨ ଲକ୍ଷ ଶ୍ରଦ୍ଧାଳୁ ରୁଣ୍ତ ହୋଇ ଥାଆନ୍ତି- ଏହି ସ˚କ୍ରମଣକୁ ଅତ୍ୟନ୍ତ ବ୍ୟାପକ କରି ପକାଇବା ଆଶଙ୍କାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ବର୍ଷ ରଥଯାତ୍ରାକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଉପସ୍ଥିତି ସତ୍ତ୍ବେ ରଥଯାତ୍ରା ହୋଇ ନ ପାରିଲେ ଆଗାମୀ ୧୨ ବର୍ଷ ଲାଗି ଏହା ଆଉ ସ˚ପନ୍ନ କରାଯାଇପାରିବ ନାହିଁ ବୋଲି ଶାସ୍ତ୍ରୀୟ ବିଧିସମ୍ମତ ଯୁକ୍ତି ପୁନର୍ବିଚାର ଆବେଦନରେ ଉପସ୍ଥାପନ କରାଗଲା ପରେ କରୋନା କାଳୀନ ସତର୍କତା ଅବଲମ୍ବନ ପୂର୍ବକ ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ଏବ˚ ଏକ ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ରଥଯାତ୍ରାକୁ ସମାହିତ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ତିନି ଜଣିଆ ଖଣ୍ଡପୀଠ ତାଙ୍କ ସଦ୍ୟତମ ରାୟରେ କହିଛନ୍ତି। ଏହାର ଅର୍ଥ ରାୟ ପ୍ରଦାନର ମାତ୍ର କେଇ ଘଣ୍ଟା ମଧୢରେ ତିନି ଠାକୁର ଶ୍ରୀମନ୍ଦିର ବାହାରକୁ ଆସି ରଥରେ ବିଜେ କରିବେ ଏବ˚ ପାର˚ପରିକ ରୀତିରେ ଗୁଣ୍ତିଚା ମନ୍ଦିରକୁ ଯାତ୍ରା କରିବେ।
