ସେନା ମୁଖ୍ୟ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

Top Storise ଦେଶ- ବିଦେଶ

ଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକପ୍ଟରରେ ସିଡିଏମ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ବସିଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ରେସ୍କ୍ୟୁ କରାଯାଇଛି। ଏହି ଘଟଣା ପରେ ବାୟୁସେନା ତଦନ୍ତ ଜାରି ରଖିଛି।

ପାଗ ଖରାପ ଥିବା କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଅନୁମାନ କରାଯାଉଛି। ହେଲେ ଏହି ହେଲିକପ୍ଟର କ୍ରାସ କରିବା ସମୟରେ ସେନା ମୁଖ୍ୟ ବିପିନ ରାୱତ ଓ ତାଙ୍କ ପତ୍ନୀ ହେଲିକପ୍ଟରରେ ବସିଥିଲେ ବୋଲି ଜଣାପଡ଼ିଛି। ରେସ୍କ୍ୟୁ କରାଯାଇଥିବା ଲୋକମାନଙ୍କୁ ସେନା ହସ୍ପିଟାଲରେ ଭର୍ତି କରାଯାଇଛି। ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଛି।

ସୂଚନା ଅନୁସାରେ ସେନା ମୁଖ୍ୟ ବିପିନ ରାୱତ ଓ ତାଙ୍କ ପତ୍ନୀ ସହିତ ସେନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ଏପରି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିବା ପରେ ହଲିକପ୍ଟରଟି ଜଳି ଯାଇଥିଲା ।ଏବେବେ ଘଟଣା ସ୍ଥଳରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *