ବସୁନ୍ଧରା ସ୍କିମ ଦୁର୍ନୀତି ମାମଲା, ତହସିଲଦାର ଓ ୪ ଜଣ ଆରଆଇ ଗିରଫ

Top Storise ଅପରାଧ ରାଜ୍ୟ

ଭୁବନେଶ୍ବର : ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ବର, କଟକ, ଭଦ୍ରକ, ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବତନ ତହସିଲଦାର ଓ ଆରଆଇଙ୍କ ବିରୋଧରେ ଅଭିଯୋଗ ପରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ ଖାନତଲାସିକୁ ଜୋରଦାର କରାଯାଇଛି । ଘଟଣାରେ କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅଧିନ ଗୋରୋଡ଼ ରାଜସ୍ବ ନିରୀକ୍ଷକ ଅଧୀନରେ ଥିବା ଡଗରପଡା ମୌଜାର ୧ ଏକରରୁ ଅଧିକ ଚକବନ୍ଦୀ ଜମିର କିସମ ବଦଳାଯାଇ ଘରବାରି ପଟା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୧୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ଜିଲ୍ଲାର ତିନିଟି ଭିଜିଲାନ୍ସ ଟିମ ଜଗତସିଂହପୁର ଲାଲାସାହି, ତିର୍ତ୍ତୋଲ ଓ ଏରସମା ଅଞ୍ଚଳରେ ରେଡ୍ କରିଥିଲା । ଲାଲାସାହିରେ କୁଜଙ୍ଗ ତହସିଲର ପୂର୍ବତନ ଆର ଆଇ ସୁବାସ ଚନ୍ଦ୍ର ଦାସଙ୍କ ବାସଭବନରେ ରେଡ ହୋଇଥିଲା । ଜମି ଦୁର୍ନୀତିରେ ସମ୍ପୃକ୍ତ ୧୬ ଜଣକ ଘରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଜମା ରାଶି, ଜମିପଟା, ବିଭିନ୍ନ ବ୍ୟାଙ୍କର ଜମା ବହି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

Leave a Reply

Your email address will not be published. Required fields are marked *