କରୋନା ମୁକାବିଲା; ଆଜି ସ୍ଥିତି ସମୀକ୍ଷା ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ଏକ କରୋନା ମହାମାରୀ ସ୍ଥିତିର ସମୀକ୍ଷା ପାଇଁ ଏକ ପ୍ରମୁଖ ବୈଠକରେ ଅଧ୍ୟକ୍ଷତା କରିବେ। ଆଜି ଦେଶରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷ ମୁହାଁ ହେଉଥିବା ବେଳେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି।

ସୋମବାର ସକାଳ ସୁଦ୍ଧା, ସାରା ଦେଶରେ ୨,୭୩,୮୧୦ ଲୋକ ଗୋଟିଏ ଦିନରେ ସଂକ୍ରମଣ ହୋଇଛନ୍ତି।ଦେଶବ୍ୟାପୀ ସଂକ୍ରମଣ ସଂଖ୍ୟା ୧୫,୦୬୧,୯୧୯ ରେ ପହଞ୍ଚିଛି। ଦୈନିକ ମୃତ୍ୟୁସଂଖ୍ୟା ୧,୬୧୯ ବୃଦ୍ଧି ପାଇ ବର୍ତ୍ତମାନ ୧,୭୮,୭୬୯ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *