ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବିଏସପି ଲଢିବନି ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ।
ଏନେଇ ମାୟାବତୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛୁ। ଯଦି ନିର୍ବାଚନ ନିରପେକ୍ଷ ହୋଇଥାନ୍ତା ତେବେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥା’ନ୍ତୁ।
ଏହି ନିର୍ବାଚନରେ ସେମାନଙ୍କର ସମୟ ଏବଂ ଶକ୍ତି ବିନିଯୋଗ ନକରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ମାୟାବତୀ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାୟାବତୀ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଏସପି ଏଥର ସରକାର ଗଠନ କରିବ। ତେବେ ଏଠାରେ ବିଏସପି ସରକାର ଗଠନ କଲେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିଜେ ହିଁ ବିଏସପିରେ ଯୋଗଦେବେ।