ଦଳ ପ୍ରେମରେ ଚମ୍ପୁଆ କଲେଜ ପ୍ରିନ୍ସପାଲ, ଚାକିରି ଭୟରେ ଭୁଲିଗଲେ ଚେୟାର ମର୍ଯ୍ୟାଦା!

Top Storise ଦେଶ- ବିଦେଶ ରାଜ୍ୟ

ଚମ୍ପୁଆ : ବିଜେଡି ପତାକାରେ ଚମ୍ପୁଆ କଲେଜର ବଡ଼ବାବୁ। ଆପଣ ଦେଖୁଥିବା ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆର ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ଜେନା ମହୋଦୟ । ମହାଶୟଙ୍କ ଏ ଫୋଟ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ବାବୁ ବୋଧହୁଏ ଭୁଲି ଯାଇଛନ୍ତି ନିଜର କର୍ତ୍ତବ୍ୟ। ଜଣେ ସରକାରୀ କଲେଜରେ ବଡ ପଦ ପାଇ ବାବୁ ନିଜକୁ ବଡ ମଣୁଛନ୍ତି। କେଉଁଟି କେତେବେଳେ ଫୋଟ ଉଠାଇବେ ବାବୁ ଜାଣି ପାରୁନାହାନ୍ତି। ବାବୁଙ୍କର ଫୋଟ ଉଠା ନିଶା ଟିକେ ଅଧିକ ରହିଥିବା ବି ଚର୍ଚ୍ଚା ହେଉଛି। ହୁଏ ତ ବାବୁଙ୍କ ଭବିଷ୍ୟତ ରାଜନୀତିରେ ଥାଇପାରେ ହେଲେ ଜଣେ ସରକାରୀ ବାବୁ ଏକ ଦଳୀୟ କାର୍ଯ୍ୟରେ କିପରି ଜଡିତ ହେଲେ? କାହା ଚାପରେ ଜଡିତ ହେଲେ? ନା ଚାକିରି ଭୟରେ ମର୍ଯ୍ୟାଦା ଭୁଲି ଗଲେ ବାବୁ ତାହା ହେବେ ସବୁଠି ଚର୍ଚ୍ଚାରେ।

ବ୍ୟାନରରେ ପ୍ରିନ୍ସିପାଲ

ଏ ଫୋଟ ଭାଇରାଲ ପରେ ବାବୁ ବିପିନୀ ବିହାରୀ ସଭିଙ୍କ ଉପରେ ଚିହ୍ନିକି ଉଠୁଛନ୍ତି। ତେବେ ଏନେଇ ଉପରସ୍ଥ ଅଧିକାରୀ କେବେ ଆଉ କେତେ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା କାହା ଚାପରେ ଚାପି ହେଇ ପ୍ୟାଣ୍ଟ ପଛ ପ୍ୟାକେଟ୍ ଗରମ କରି ଆଖିରେ ଅନ୍ଧପୁଟୁଳି ବାନ୍ଧିବେ ତାହାହିଁ ଦେଖିବାକୁ ରହିଲା।

Leave a Reply

Your email address will not be published. Required fields are marked *