ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ସ୍କାଣ୍ଡାଲ: ବନ୍ଧା ହେଲେ ଯବାନ

Top Storise ଦେଶ- ବିଦେଶ

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ସ୍କାଣ୍ଡାଲ ଘଟଣାରେ ସମ୍ପୃକ୍ତ ଜଣେ ଯବାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅରୁଣାଚଳ ପ୍ରଦେଶର ସଞ୍ଜୀବ ସିଂହ। ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଆପତ୍ତିଜନକ ଭିଡିଓ ଶୁଟ କରିଥିବା ସମ୍ପୃକ୍ତ ଛାତ୍ରୀଙ୍କୁ ସଞ୍ଜୀବ ମଧ୍ୟ ପ୍ରେମ କରୁଥିଲେ। ସମ୍ପୃକ୍ତ ଛାତ୍ରୀଙ୍କ ସହ ସମ୍ପର୍କ ଥିବା ସଞ୍ଜୀବ ମୋହାଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ସୋଶାଲ ମିଡିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ସେମାନେ ପରସ୍ପରକୁ ଫୋନ ନମ୍ବର ସେୟାର କରିଥିଲେ।

ତେବେ ଅଭିଯୁକ୍ତ ଛାତ୍ରୀ ଜଣକ ସଞ୍ଜୀବଙ୍କୁ ସେଇ ଆପତ୍ତିଜନକ ଭିଡଓ ସେୟାର କରିଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ। ସଞ୍ଜୀବଙ୍କଠାରୁ ୨ ଟି ମୋବାଲ ଜବତ କରିଛି ପୁଲିସ। ଅଭିଯୁକ୍ତ ଏମବିଏ ଛାତ୍ରୀଙ୍କୁ ଜେରା ବେଳେ ତାଙ୍କର ଆଉ ଜଣେ ପ୍ରେମିକ ସଞ୍ଜୀବଙ୍କ ନାଁ ଆସିଥିଲା। ପରେ ହ୍ୱାଟସ୍ ଆପ ଚାର୍ଟରୁ ପୂରା ଗୁମର ଖୋଲିଥିଲା। ଯେଉଁଥିରେ ସଞ୍ଜୀବ ସେହି ଆପତ୍ତିଜନକ ଭିଡିଓ ପଠାଇବା ପାଇଁ ମେସେଜ କରିଥିଲେ। ଏମିତିକି ଆପତ୍ତିଜନକ ଭିଡିଓ ଶୁଟ ପାଇଁ ସଞ୍ଜୀବ ତାଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି।

ସପ୍ତାହରେ ପଞ୍ଜାବ ପୁଲିସ ଚଣ୍ଡିଗଡ଼ର ୟୁନିଭର୍ସିଟିର ସମ୍ପୃକ୍ତ ଛାତ୍ରୀକୁ ଗିରଫ କରିଥିଲା। ଛାତ୍ରୀ ଜଣଙ୍କ ହଷ୍ଟେଲ୍‌ରେ ଥିବା ଅନ୍ୟ ଛାତ୍ରୀମାନଙ୍କର ଆପତ୍ତିଜନକ ଭିଡିଓ ରେକର୍ଡିଂ କରୁଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ବାଦ ଜଣେ ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଯୁବକ ଓ ୩୧ ବର୍ଷୀୟବ୍ୟକ୍ତି ଏହି ମାମଲାରେ ଗିରଫ ହୋଇସାରିଛନ୍ତି। ପରେ ପୁଲିସ ସଞ୍ଜୀବଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *