ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ହେଲା ମୂଲ୍ୟ ଧାର୍ଯ୍ୟ; ଜୁନ୍‌ରେ ହୋଇପାରେ ଲଞ୍ଚ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ଫାର୍ମା ପ୍ରମୁଖ ଡା. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ନିର୍ଦ୍ଧାରଣ କରାଯାଇଛି। ଏହାର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ସରକାରୀ ଡାକ୍ତରଖାନା ଦ୍ୱାରା ରିହାତି ମୂଲ୍ୟରେ ଏହି ଔଷଧ ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।

2DG ହେଉଛି କୋଭିଡ୍-୧୯ ରୋଗୀଙ୍କ ପାଇଁ ଏକ ଓରାଲ୍‌ ଆଣ୍ଟି-ଭାଇରାଲ୍ ଔଷଧ। ଏହି ଔଷଧ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ମେ ୧୭ରେ ଆରମ୍ଭ ହୋଇଥିଲା। ହାଇଦ୍ରାବାଦର ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ (DRL) ସହଯୋଗରେ DRDOର ଅଗ୍ରଣୀ ଲାବୋରେଟୋରୀ (INMAS) ଦ୍ୱାରା ଏହା ବିକଶିତ ହୋଇଛି।

ଡା. ରେଡ୍ଡୀଙ୍କ ଲାବୋରେଟୋରୀ ଅନୁଯାୟୀ ଜୁନ୍ ମଧ୍ୟଭାଗରେ ଏହି ଔଷଧ ବ୍ୟବସାୟିକ ଭାବରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *