ରାବଣଙ୍କୁ ମାରିବା ପାଇଁ ରାମଙ୍କୁ କେତେ ତୀର ଲାଗିଥିଲା ମାରିବାକୁ? ଜାଣନ୍ତୁ ସଠିକ୍ ଉତ୍ତର

ଜୀବନଚର୍ଯ୍ୟା

ଦଶହରା ପର୍ବ ଅର୍ଥାତ୍ ବିଜୟାଦଶମୀ ୨୪ ଅକ୍ଟୋବରରେ ପଡୁଛି। ଏହି ଦିନ ଶ୍ରୀ ରାମ ରାବଣଙ୍କୁ ହତ୍ୟା କରି ବିଜୟ ହାସଲ କରିଥିଲେ। ଆପଣ ଜାଣନ୍ତି କି ରାବଣଙ୍କୁ ହତ୍ୟା କରିବା ପାଇଁ ଶ୍ରୀ ରାମ କେତେ ତୀର ମାରିଥିଲେ।ତ୍ରେତୟା ଯୁଗରେ ଅଶ୍ୱିନ ମାସର ଶୁକ୍ଳ ପକ୍ଷର ଦଶମୀ ତିଥିରେ ଲଙ୍କାପତୀ ରାବଣଙ୍କର ମୃତ୍ୟୁ ହୋଇଥିଲା। ରାବଣଙ୍କ ଶରୀରକୁ ଶ୍ରୀ ରାମଙ୍କ ବାଣ ଦ୍ୱାରା ବଦ୍ଧ କରାଯାଇଥିଲା ଏବଂ ସେ ମୃତ୍ୟୁ ବରଣ କରିଥିଲେ। ପ୍ରତିବର୍ଷ ଏହି ଦିନ ବିଜୟାଦଶମୀ ଭାବରେ ପାଳନ କରାଯାଏ। ଏହି ଦିନ ଧର୍ମ ଅନ୍ୟାୟ ଉପରେ ଜିତିଥିଲା।

ଶ୍ରୀ ରାମଚରିତ ମାନସ ଅନୁଯାୟୀ, ଶ୍ରୀ ରାମ ଏକାସାଙ୍ଗରେ ୩୧ ତୀର ଦ୍ୱାରା ରାବଣକୁ ବଦ୍ଧ କରିଥିଲେ। ସେଥିମଧ୍ୟରୁ ୩୦ଟି ତୀର ତାଙ୍କ ହାତ, ମୁଣ୍ଡ ଏବଂ ତଣ୍ଟିରେ ବାଜିଥିବାବେଳେ୧ ତୀର ତାଙ୍କ ନାଭିରେ ବାଜିଥିଲା।

ମାନ୍ୟତା ଅନୁଯାୟୀ, ଶ୍ରୀ ରାମ ରାବଣଙ୍କୁ ଐଶ୍ୱରୀୟ ଅସ୍ତ୍ରରେ ହତ୍ୟା କରିଥିଲେ। ଯାହା ବ୍ରହ୍ମ ଦେବ ଦଶାନନଙ୍କୁ ଦେଇଥିଲେ। ବିଷ୍ଣୁଙ୍କ ଅନୁରୋଧ କ୍ରମେ ହନୁମାନଙ୍କ ଲଙ୍କା ରାଜପ୍ରାସାଦରୁ ଏହି ଐଶ୍ୱରୀୟ ଅସ୍ତ୍ର ଆଣିଥିଲେ। ବିଷ୍ଣୁ ହିଁ ଭଗବାନ ଶ୍ରୀ ରାମଙ୍କୁ କହିଥିଲେ ଯେ, ରାବଣର ସମସ୍ତ ଶକ୍ତି ତାଙ୍କ ନାଭିରେ ଅଛି। କେବଳ ନାଭି ଉପରେ ଆକ୍ରମଣ କରି ରାବଣଙ୍କୁ ହତ୍ୟା କରାଯିବ।

Leave a Reply

Your email address will not be published. Required fields are marked *