ଚେରୀ -ଅଟା ସାନ୍ତାକ୍ଲଜରେ ବଡ଼ ଦିନର ଶୁଭେଚ୍ଛା

Top Storise ରାଜ୍ୟ

ଭୁବନେଶ୍ୱର : ବଡ଼ଦିନ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ। କରୋନା କଟକଣା ଭିତରେ ପାଳନ ହୋଇଛି ବଡ଼ ଦିନ। ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକରେ ସୁନ୍ଦର ଭାବେ ସାଜସଜା ହୋଇଛି। ସମସ୍ତେ ପ୍ରତିଯୋଗୀତା ମୂଳକ ଭାବେ ସାନ୍ତାକ୍ଲଜ କରୁଥିବା ବେଳେ ଭିନ୍ନ ଏକ ପ୍ରୟାସ କରିଛନ୍ତି ଜଣେ ଚିତ୍ର ଶିଳ୍ପୀ।

ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ବଡ଼ ଦିନରେ କରିଛନ୍ତି ଏକ ନିଆରା ପ୍ରୟାସ।

ଖ୍ରୀଷ୍ଟ ମାସରେ କିଛି ଚେରୀ ଆଉ ଅଟା ନେଇ ତିଆରି କରିଛନ୍ତି ସାନ୍ତା କ୍ଲଜ୍। ତାଙ୍କ ପ୍ରୟାସରେ ଅଢେଇ ସେମିର ସାନ୍ତା ରହିଛି। ଯେଉଁଥିରେ ଖ୍ରୀଷ୍ଟମାସ ଟ୍ରି ସହିତ ସ୍ନୋ ମ୍ୟାନ୍ ବି ରହିଛି। ଏହି ଟ୍ରିର ଉଚ୍ଚତା ୪ ସେମି ରହିଛି।

ଅଟା, ଚେରୀ ଓ ଆକ୍ରିଲିକ୍ ରଙ୍ଗର ବ୍ୟବହାର କରାଯାଇ ସୁନ୍ଦର ଭାବେ ସାନ୍ତାକ୍ଲଜ କରାଯାଇଛି। ଆଉ ଏହି ମାଧ୍ୟମରେ ସମସ୍ତଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା।

Leave a Reply

Your email address will not be published. Required fields are marked *