ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୁଲିସର ସମନ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି। ୧୪ ସେପ୍ଟେମ୍ବରରେ ତାଙ୍କୁ ହାଜର ପାଇଁ ନୋଟିସ୍‌ ହୋଇଛି। ମହାଠକ୍ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ମନିଲଣ୍ଡରିଂ କାରବାରେ ଏହି ସମନ ହୋଇଛି। ପୂର୍ବରୁ ଜ୍ୟାକ୍‌ଲିନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଚନ୍ଦ୍ରଶେଖର ଏବେ ଜେଲରେ ଅଛନ୍ତି। ବିଭିନ୍ନ ଲୋକଙ୍କୁ କୋଟି କୋଟି ଟଙ୍କା ଠକିବା ଅଭିଯୋଗରେ ସେ ଏବେ ଜେଲରେ ଅଛନ୍ତି। ନିକଟରେ ଇଡି ପକ୍ଷରୁ ଜ୍ୟାକ୍‌ଲିନ ବିରୋଧରେ ହୋଇଥିବା ଚାର୍ଜସିଟ୍‌ ଅନୁଯାୟୀ, ଇଡିର ଚାର୍ଜଶିଟ୍‌ ଅନୁସାରେ, ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲେ। ଜ୍ୟାକଲିନ୍‌ଙ୍କ ପାଇଁ ସେ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ।

ଏତଦ୍‌ବ୍ୟତୀତ ଜ୍ୟାକଲିନ୍‌ଙ୍କ ପାଇଁ ସେ ମୁମ୍ବାଇରେ ପ୍ରପର୍ଟି ମଧ୍ୟ ଦେଖିଥିଲେ। ସୁକେଶ ମୁମ୍ବାଇର ଜୁହୁରେ ଜ୍ୟାକଲିନ୍‌ଙ୍କ ପାଇଁ ବିଳାସପୂର୍ଣ୍ଣ ବଙ୍ଗଳା କିଣିବା ପାଇଁ ପ୍ଲାନ୍‌ କରିଥିଲେ। ଏଥିପାଇଁ ସେ ଆଡ୍‌ଭାନ୍ସ ଟଙ୍କା ମଧ୍ୟ ଦେଇ ସାରିଥିଲେ। ଏହାଛଡ଼ା ସୁକେଶ, ଜ୍ୟାକଲିନ୍‌ଙ୍କ ବାପାମା’ଙ୍କୁ ବହରିନ୍‌ରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଗିଫ୍ଟ କରିଥିଲେ।

ଏମିତିକି ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରଭାବିତ କରିବା ପାଇଁ ସୁକେଶ ୫୦୦ କୋଟି ଟଙ୍କା ବ୍ୟୟରେ ଧାରାବାହିକ ଫିଲ୍ମ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜ୍ୟାକଲିନ ବଲିଉଡରେ କାମ ଖୋଜୁଥିବା ସୁକେଶ ଭଲ ଭାବେ ଜାଣିଥିଲେ। ସେ ଅତ୍ୟଧିକ ଚଳଚ୍ଚିତ୍ରରେ ଦସ୍ତଖତ କରୁନଥିଲେ ଏବଂ ତାଙ୍କୁ ଆକର୍ଷିତ କରିବା ପାଇଁ ସେ ତାଙ୍କର ଦୁର୍ବଳତାର ଫାଇଦା ନେଇଥିଲେ। ଏକ ବାର୍ତ୍ତାଳାପରେ ସେ ପ୍ରତିଶ୍ରୁତି ଦେଇଥିଲେ, ତାଙ୍କୁ ନେଇ ଭାରତର ପ୍ରଥମ ମହିଳା ସୁପରହିଟ୍ ପ୍ରୋଜେକ୍ଟ କରିବେ। ଯେଉଁଥିରେ ହଲିଉଡ୍‌ ଭିଏଫଏକ୍ସ କଳାକାରମାନେ ଜଡିତ ହେବେ ଏବଂ ଏହା ବିଶ୍ୱ ସ୍ତରରେ ସୁଟିଂ ହେବ। ସେ ଜ୍ୟାକଲିନଙ୍କୁ କହିଥିଲେ ଯେ ସେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଅଟନ୍ତି ଏବଂ ସେ ତାଙ୍କ ଚାରିପାଖରେ ନିର୍ମିତ ଏକ ସୁପରହିଟ୍ ସିରିଜ୍ ପାଇବାକୁ ଯୋଗ୍ୟ । ଜ୍ୟାକଲିନ୍ ମଧ୍ୟ ବିଶ୍ୱାସ କରିଥିଲେ ସେ ପ୍ରକୃତରେ ତାଙ୍କ ପାଇଁ ଏକ ବଡ଼ ଧରଣର ପ୍ରୋଜେକ୍ଟ ସ୍ଥାପନ କରିବେ।ସୁ‌କେଶ ଚନ୍ଦ୍ରଶେଖର ତିହାର ଜେଲରେ ଥିବାବେଳେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *