ଭୁବନେଶ୍ୱର: ୯ ଦଫା ଦାବିରେ ସରକାରଙ୍କୁ ଦାବିପତ୍ର ଦେଲା ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ । ସଙ୍ଘର ଅଭିଯୋଗ ମୁତାବକ ସଂଘ ଦୀର୍ଘ ଦିନରୁ ରାଜ୍ୟରେ ସେବା ଯୋଗାଇ ଆସିଛି । ସେ ସରକାରୀ କାର୍ଯ୍ୟ ହେଉ ଅବା କୌଣସି ବ୍ୟକ୍ତି କି କମ୍ପାନୀର ହେଉ। କୋଭିଡ ପରି ମହାମାରୀରେ ସବୁଠି ଚକ ଅଖ ବନ୍ଦ ପଡିଥିବା ବେଳେ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରାଯଇଛି । ଛୋଟ ବଡ ବାତ୍ୟା ହେଉ ଅବା ବନ୍ୟା ସରକାରଙ୍କ ନିୟମ ମାନି ପ୍ରତି ଗଳିକନ୍ଦିରେ କାର୍ଯ୍ୟ କରିଛି । ଏପରିକି ଦେଶର ସର୍ବବୃହତ ପର୍ବରେ ମଧ୍ୟ ଅନେକ ଅବଦାନ ସଭିଙ୍କୁ ଉଣା ଅଧିକେ ଜଣା। ଏହା ସତ୍ୱେ ମଧ୍ୟ ଅନେକ ସମୟରେ ଟ୍ରକ ମାଲିକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ସମାଧାନ ହେଇପାରୁନାହିଁ । ମୁଖ୍ୟତଃ ଦାବି ଗୁଡିକ :
- ଘରୋଇ ଫାଇନସ କମ୍ପାନୀର ଦୌରାତ୍ମ୍ୟ : ବିନା ନୋଟିସରେ ବେଆଇନ ଭାବେ ରାସ୍ତା ଘାଟରେ ଗାଡିକୁ ଅଟକାଇ ଡ୍ରାଇଭରକୁ ମାରଧର କରି ଗାଡିକୁ ଛଡାଇ ନେଉଛନ୍ତି । ଫାଇନସ କମ୍ପାନୀ ଆଇନ ଅନୁଯାୟୀ ଗାଡି ସିଜ କରନ୍ତୁ ।
- ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇଲେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯାଉ : ଆଜିକା ସମୟରେ ଗାଡି ବାହାରିବା ବେଳେ ମାଲିକ ବାରମ୍ବାର ଡ୍ରାଇଭରକୁ ତାଗିଦ କରିଥାଏ ମଦ୍ୟପାନ କରି ଗାଡି ନଚଳାଇବାକୁ। ଏହା ସତ୍ୱେ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରକୁ ଛାଡି ଗାଡିକୁ ସିଜ କରାଯାଉଛି । ମାଲିକ କୋର୍ଟ ଯାଇ ଗାଡି ଆଣିବା ସମୟରେ ଶାରୀରିକ, ଆର୍ଥିକ, ମାନସିକ ଦଣ୍ଡ ଭୋଗୁଛନ୍ତି ।
- ଅନ୍ୟରାଜ୍ୟ ଗାଡିର ବେଆଇନ କାର୍ଯ୍ୟ : ଅନ୍ୟରାଜ୍ୟ ଗାଡି ଗୁଡିକ ଆମ ରାଜ୍ୟରେ ବ୍ୟବସାୟ କରୁଛନ୍ତି ତାଙ୍କ ପାଖରେ National Permit ରହିଛି । ମାତ୍ର ସେମାନେ ଆମ ରାଜ୍ୟକୁ ଆସି ରାଜ୍ୟ ଭିତରେ ମଧ୍ୟ ବେଆଇନ ଭାବେ ବ୍ୟବସାୟ ଚଳାଇଛନ୍ତି। ତାଙ୍କୁ ବ୍ୟାନ କରାଯାଉ । (Ex – ଭୁବନେଶ୍ୱରରୁ ବାଲେଶ୍ୱର, ବ୍ରହ୍ମପୁରରୁ କଟକ ଇତ୍ୟାଦି)
- ଫିଟନେସ ଓ ଚେତାବନୀ : ଗାଡି ଚାଲିବା ସମୟରେ ଛୋଟ ଛୋଟେ ଭୁଲ ହୋଇଥାଏ (ଗାଡି ଚଳିବ ସମୟରେ ଇଣ୍ଡିକେଟର ଫ୍ୟୁଜ ହେବା, ବ୍ରେକ ଲାଇଟ ବେଳେବେଳେ ଫ୍ୟୁଜ ହେବା ଇତ୍ୟାଦି) ତାକୁ ନେଇ ଫିଟନେସ କ୍ୟାନସେଲ ନକରି ଫାଇନ ସହ ଚେତାବନୀ ଦିଆଯାଉ ।
- ଓଭରଲୋଡ଼ ଓ ଦଣ୍ଡ : ଗାଡ଼ିରେ ଓଭର ଲୋଡ଼ ନେବାକୁ କେଉଁ ମାଲିକ କିମ୍ବା ଡ୍ରାଇଭର ଚାହାନ୍ତି ନାହିଁ କାରଣ ଅଧିକ ଟ୍ରିପ ହେଲେ ଆମେ ଅଧିକ ବ୍ୟବସାୟ କରିବୁ ମାତ୍ର କିଛି ବ୍ୟକ୍ତି/ମାଲିକ/କମ୍ପାନୀ ଆମକୁ ବାଧ୍ୟ କରନ୍ତି ଓଭର ଲୋଡ଼ ନେବାକୁ ନନେଲେ ଆମ ସହ ବ୍ୟବସାୟ ଛିନ୍ନ କରନ୍ତି। କିନ୍ତୁ ଫାଇନ ଆମକୁ ଦେବାକୁ ପଡିଥାଏ । ଯଦି ଉକ୍ତ ଫାଇନ ଓଭର ଲୋଡ଼ ପାଇଁ ବାଧ୍ୟ କରୁଥିବା ବ୍ୟକ୍ତି ବା କମ୍ପାନୀ ପାଖରୁ ନିଆଯାଏ ସେ ଓଭର ଲୋଡ଼ ପାଇଁ ବାଧ୍ୟ କରିବ ନାହିଁ । ଯାହାଦ୍ୱାରା ଅନେକ ବିପଦ ଟଳିଯାଇ ପାରେ।
- ଚାନ୍ଦା ଓ ବଟି ରୋକା : ରାଜ୍ୟରେ ଗାଡି ମାନଙ୍କ ଠାରୁ ଅନେକ ସମୟରେ ଚାନ୍ଦା ବା ବଟି ନିଆଯାଉଛି । ଏହାକୁ ବନ୍ଦ କରାଯାଉ ।
- ଜାତୀୟ ରାଜପଥରେ ଲେନ ଡ୍ରାଇଭିଂ : ଜାତୀୟ ରାଜପଥରେ ଲେନଡ୍ରାଇଭିଂକୁ କଡାକଡି ପାଳନ କରାଯାଉ। ଯାହାଫଳରେ ଗାଡି ସୁରୁଖୁରରେ ଓ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବ ।
- ଅନଲୋଡିଂ ଖର୍ଚ୍ଚ : ଅନେକ ସମୟରେ ଜିନିଷପତ୍ର ଲୋଡିଂ ଅନଲୋଡିଂ ପାଇଁ ଗାଡି ମାଲିକଙ୍କୁ ହାତରୁ ଖର୍ଚ୍ଚ କରିବାକୁ ପଡୁଛି, ତାହା ବନ୍ଦ ହେବା ନିତ୍ୟାନ୍ତ ଆବଶ୍ୟକ।
- ପାର୍କିଂ ସୁବିଧା : କିଛି ସ୍ଥାନରେ ଗାଡିର ସାମୋହିକ ରହଣି ପାଇଁ ଉପଯୁକ୍ତ ସ୍ଥାନ ନିର୍ଧାରିତ କରାଗଲେ ଗୁର୍ଘଟଣା ରୋକା ଯାଇ ପାରିବ । ଯାହାଦ୍ୱାରା ରାସ୍ତାରେ ଗାଡି ଛିଡା ହେବାକୁ ପଡିବ ନାହିଁ।