୧୨ରୁ ବଢ଼ିବ ବର୍ଷା, ଦକ୍ଷିଣ ଓଡିଶାରେ ଅଧିକ ବର୍ଷିବ

ରାଜ୍ୟ

ରାଜ୍ୟରେ ୧୨ରୁ ବଢିପାରେ ବର୍ଷା। ୧୨ରୁ ୧୪ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଅଛି। ମୁଖ୍ୟତଃ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ରହିବ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।

ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ୧୨ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି । ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି ଏହି ଘୂର୍ଣ୍ଣିବଳୟ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।

ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଏବେ ବର୍ଷା ସେମିତି ନାହିଁ। କିଛି ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଅନ୍ୟପଟେ ଖରା ବଢିବା ସହ ତାପମାତ୍ରା ଓ ଗୁଳୁଗୁଳି ବି ବଢ଼ିଛି।

Leave a Reply

Your email address will not be published. Required fields are marked *