ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ଏକାଦଶୀ ନୀତି

Top Storise ରାଜ୍ୟ

ପୁରୀ : ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ।  ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି ।  ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ ଏହା ପରେ ଯାତଭୋଗ ଅନୁଷ୍ଠିତ ହୋଇଥାଏ । ତତ୍ପରେ ପୂଜାପଣ୍ତା ସେବକ ଶ୍ରୀଦେବୀ ଏବଂ ମଦନମୋହନଙ୍କୁ ଆଜ୍ଞା ମାଳ ପ୍ରଦାନ କରିବା ପରେ ମହାଜନ ସେବକ ମଦନମୋହନ ଏବଂ ଶ୍ରୀ ଦେବୀଙ୍କୁ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି  ।  ବିମାନବଡୁ ସେବକ ପାଲିଙ୍କିକୁ ଜଳକ୍ରୀଡା ମଣ୍ଡପ ନିକଟକୁ ନେଇଥାନ୍ତି  ।

ସେହି କୁଣ୍ତରେ ସୁବାସିତ ପୁଷ୍ପ,ଚନ୍ଦନ ଆଦି ମିଶ୍ରିତ ହୋଇଥାଏ । ମହାଜନ ସେବକ ଉକ୍ତ କୁଣ୍ତରେ ଦିଅଁ ଙ୍କୁ ବିଜେ କରାଇଥାଆନ୍ତି । କୁଣ୍ତରେ ମଦନମୋହନ ଏବଂ ଶ୍ରୀଦେବୀ ସମ୍ମୁଖୀକରଣ ଭଙ୍ଗୀ ରେ ପରସ୍ପର ମୁହଁ କରି ବିଜେ ହୋଇଥାନ୍ତି । ଏହାପରେ ମୁଦିରସ୍ତ ପ୍ରସାଦଲାଗି ଏବଂ ଚନ୍ଦନ ପାଣି ପିଚକାରୀ ନୀତି କରିଥାନ୍ତି  । ଜଳକୁଣ୍ଡ ମଧ୍ୟରେ ଥିବା ସମୟ ରେ ପୂଜାପଣ୍ତା ଙ୍କ ଦ୍ୱାରା ପଞ୍ଚଉପଚାର ରେ ଶୀତଳ ଭୋଗ କରାଇଥାଆନ୍ତି ତତ୍ପରେ ବନ୍ଦାପନା ମଧ୍ୟ କରିଥାନ୍ତି।

ଜଳକୁଣ୍ତରୁ ମଦନମୋହନ ଏବଂ ଶ୍ରୀଦେବୀଙ୍କୁ ବାହାର କରି ଶ୍ରୀଅଙ୍ଗ ପୋଛି ହୋଇ ଫୁଲ ମାଳ ଲଗେଇ ବେଶ ହୋଇଥାନ୍ତି ଏବଂ ବାହୁଡା ବିଜେ କରିଥାନ୍ତି।

ଦୋଳମଣ୍ଡପ ସାହି ଜେନାରୀଗଛ ଛକ ସ୍ଥିତ ମାଆ ରାମଚଣ୍ଡୀ ଠାକୁରାଣଙ୍କ ଜଳଶାୟୀ ଉତ୍ସବ ପବିତ୍ର ଜଳକ୍ରୀଡା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି | ଭୋରରୁ ମାଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳଆଳତି, ଅବକାଶ, ବାଳ ଭୋଗ ଓ ସଙ୍ଖୁଡି ଭୋଗ ବଢିବା ପରେ ମାଙ୍କ ଅସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା

Leave a Reply

Your email address will not be published. Required fields are marked *